Odisha Corona Updates: ଆଜି ସୁସ୍ଥ ହେଲେ ୨୬୧୩
1 min readଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ମାତ୍ରା କମିବାରେ ଲାଗିଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ରାଜ୍ୟରେ ୨୬୧୩ ବ୍ୟକ୍ତି କରୋନା ସଂକ୍ରମଣର ମୁକ୍ତ ହୋଇଛନ୍ତି । ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ୩୪୨, କଟକରୁ ୨୮୧, ସୁନ୍ଦରଗଡରୁ ୨୨୮, ମୟୁରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫ ଓ ବାଲେଶ୍ୱରରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି ।
Another 2613 Covid patients have recovered and are being discharged on 24.10.2020
342 from Khordha
281 from Cuttack
228 from Sundargarh
199 from Mayurbhanj
145 from Anugul
106 from Baleswar
86 from Puri
85 from Sonepur
84 from Kendrapara
75 from Jajapur
70 from Nuapada— H & FW Dept Odisha (@HFWOdisha) October 24, 2020
ସେହିଭଳି ପୁରୀରୁ ୮୬, ସୋନପୁରରୁ ୮୫, କେନ୍ଦ୍ରପଡାରୁ ୮୪, ଯାଜପୁରରୁ ୭୫, ବରଗଡ ଓ ବଲାଙ୍ଗିରରୁ ୬୯, ଝାରସୁଗୁଡାରୁ ୬୭, କେନ୍ଦୁଝରରୁ ୬୬, ଭଦ୍ରକରୁ ୬୦, ସମ୍ୱଲପୁରରୁ ୫୪ ଓ ଢେଙ୍କନାଳ ଓ କଳାହାଣ୍ଡିରୁ ୪୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାଗୁଡିକରୁ ମଧ୍ୟ ସୁସ୍ଥ ସଂଖ୍ୟା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥର ସଂଖ୍ୟାକୁ ମିଶାଇ ରାଜ୍ୟର ସମୁଦାୟ କରୋନା ସଂକ୍ରମଣଜନିତ ସୁସ୍ଥତା ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧ରେ ପହଞ୍ଚିଛି ।