ରାଜ୍ୟରେ ୬ଶହ ତଳକୁ ଖସିଲା କରୋନା ସଂକ୍ରମଣ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟ ପ୍ରଥମ ଥର ପାଇଁ ୬ ଶହ ତଳକୁ ଖସିଲା କରୋନା ସଂକ୍ରମଣ । ଦିନକରେ ରାଜ୍ୟରୁ ଆଉ ୫୯୪ ପଜିଟିଭ କେସ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ଆଉ ୧୪ଜଣଙ୍କ ଜୀବନ ଯାଇଛି । ଚିହ୍ନୟ ହୋଇଥିବା ମୋଟ ୫୯୪ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ, ୨୫୧ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି ।
6. Boudh: 3
7. Cuttack: 55
8. Deogarh: 3
9. Dhenkanal: 2
10. Gajapati: 1
11. Ganjam: 8
12. Jagatsinghpur: 24
13. Jajpur: 10
14. Jharsuguda: 27
15. Kalahandi: 20
16. Kandhamal: 7
17. Kendrapada: 16
18. Keonjhar: 19
19. Khurda: 56
20. Malkangiri: 6
21. Mayurbhanj: 42— I & PR Department, Odisha (@IPR_Odisha) November 27, 2020
ଖୋର୍ଦ୍ଧାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୫, ସୁନ୍ଦରଗଡ଼ରୁ ୫୫, ମୟୂରଭଞ୍ଜରୁ ୪୨, ବଲାଙ୍ଗୀରରୁ ୪୨ ଓ ବାଲେଶ୍ୱରରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୩୯ରେ ପହଞ୍ଚିଛି ।
4.A80-year-old female of Angul district who was also suffering from Hypertension, Hyperkalemia & Kidney Injury.
5.A 73-year-old male of Balasore district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) November 27, 2020
କରୋନାକୁ ୩ ଲକ୍ଷ ୮ ହଜାର ୮୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ହଜାର ୬୨୯ ସକ୍ରିୟ ମାମଲା ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁକୁ ମିଶାଇ ସମୁଦାୟ ୧ହଜାର ୭୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।