୬୭ହଜାର ଟପିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୪ଜିଲ୍ଲାରୁ ଚିହ୍ନଟ ହେଲେ ଦୁଇଶହରୁ ଅଧିକ ସଂକ୍ରମିତ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ  ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ୨୫୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢିଛି । ଗତକାଲି ୨୨୩୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୮୯ ସଂକ୍ରମିତ । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୧୫୭୪ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୦୧୫ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୬୬ ଓ ଗଞ୍ଜାମରୁ ୨୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଅଧିକ ସଂକ୍ରମିତ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସୋମବାରରେ କଟକରୁ ୨୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୦, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୬୭, ଭଦ୍ରକରୁ ୪୭, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧୬, ଢେଙ୍କାନାଳରୁ ୨୫, ଗଜପତିରୁ ୩୬, ଜଗତସିଂହପୁରରୁ ୨୧ , ଯାଜପୁରରୁ ୯୫, ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୩୦, କେନ୍ଦ୍ରାପଡ଼ାରୁ ୧୦ , କେନ୍ଦୁଝରରୁ ୫୩, କୋରାପୁଟ ୯୨, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୧୧୭, ନବରଙ୍ଗପୁରରୁ ୩୬, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୬, ପୁରୀରୁ ୨୩୫, ରାୟଗଡ଼ାରୁ ୨୧୧, ସମ୍ବଲପୁରରୁ ୬୬, ସୁନ୍ଦରଗଡ଼ରୁ ୧୫୫, ସୋନପୁରରୁ ୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୫୮୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୭୪ ଓ ସ୍ଥାନୀୟ ସଂକ୍ରମଣ ୧୦୧୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭,୧୨୨ରେ ପହଞ୍ଚିଛି । ଗତକାଲି କରୋନା ଜନିତ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୧୦ମୁଣ୍ଡ ନେଇଛି କରୋନା । ରାଜ୍ୟରେ ବୁଧବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪୫ ହଜାର ୩୧୪ ସୁସ୍ଥ ହୋଇଥିବା ବେଳେ ୨୧ ହଜାର ୩୮୩ଟି ସକ୍ରିୟ ମାମଲା ରହିଛି ।

Leave a Reply