ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୪ଶହ ତଳେ ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । କରୋନାକୁ ରୋକିବାରେ ସଫଳ ହେଉଛି ଓଡ଼ିଶା । ଦିନକୁ ଦିନ ତଳକୁ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାରରେ ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୨୮୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୫୯, ଲୋକାଲ କେସ୍ ୧୧୯୫ଜଣ ଚିହ୍ନଟ ହୋଇଛନ୍ତି । ଏବଂ ଲଗାତାର ଦୁଇ ଦିନ ହେବ ଖୋର୍ଦ୍ଧାରେ ଖସୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ତଳେ ଥିବା ବେଳେ ଆଜି ୪ଶହ ତଳକୁ ଖସିଛି ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧାରୁ ଆଜି ଦିନକରେ ସର୍ବାଧିକ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 20
7. Cuttack: 244
8. Deogarh: 16
9. Dhenkanal: 43
10. Gajapati: 19
11. Ganjam: 39
12. Jagatsinghpur: 68
13. Jajpur: 99
14. Jharsuguda: 68
15. Kalahandi: 105
16. Kandhamal: 45
17. Kendrapada: 91
18. Keonjhar: 67
19. Khurda: 393
20. Koraput: 46
21. Malkangiri: 61— I & PR Department, Odisha (@IPR_Odisha) October 10, 2020
ସେହିପରି କଟକରୁ ୨୪୪, ସୁନ୍ଦରଗଡ଼ରୁ ୧୪୩, ଅନୁଗୁଳରୁ ୧୩୧, ମୟୂରଭଞ୍ଜରୁ ୧୨୭, ବାଲେଶ୍ବରରୁ ୧୧୬, ପୁରୀରୁ ୧୧୪, କଳାହାଣ୍ଡିରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୯୯, ବଲାଙ୍ଗୀରରୁ ୯୭, ବରଗଡ଼ରୁ ୯୫, ନବରଙ୍ଗପୁରରୁ ୯୨, କେନ୍ଦ୍ରାପଡାରୁ ୯୧, ନବଆପଡାରୁ ୮୩, ସୋନପୁରରୁ ୭୯, ଜଗତସିଂହପୁର ଓ ଝାରସୁଗୁଡାରୁ ୬୮ଜଣ ଲେଖାଏଁ, କେନ୍ଦୁଝରରୁ ୬୭, ଭଦ୍ରକରୁ ୬୬, ନୟାଗଡ଼ରୁ ୬୫, ମାଲକାନଗିରିରୁ ୬୧, କୋରାପୁଟରୁ ୪୬, କନ୍ଧମାଳରୁ ୪୫, ଢେଙ୍କାନାଳରୁ ୪୩, ଗଞ୍ଜାମରୁ ୩୯, ରାୟଗଡା଼ରୁ ୨୯, ବୌଦ୍ଧରୁ ୨୦, ଗଜପତିରୁ ୧୯, ଦେଓଗଡ଼ରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 127
23. Nawarangpur: 92
24. Nayagarh: 65
25. Nuapada: 83
26. Puri: 114
27. Rayagada: 29
28. Sambalpur: 105
29. Sonepur: 79
30. Sundargarh: 143
31. State Pool: 88New Recoveries: 3404
Cumulative Tested: 3710592
Positive: 249693
Recovered: 220388
Active Case: 28246— I & PR Department, Odisha (@IPR_Odisha) October 10, 2020
ଆଜି ରାଜ୍ୟରେ ହଜାରେ ଟପିଛି ସମୁଦାୟ କରୋନା ମୃତ୍ୟୁସଂଖ୍ୟା । କରୋନାରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ହଜାରେ ୬ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨ଲକ୍ଷ ୪୯ହଜାର ୬୯୩ରେ ପହଞ୍ଚିଥିବା ବେଲେ ଆକ୍ଟିଭ କେସ୍ ୨୮ହଜାର ୨୪୬ ସୁସ୍ଥ ସଂଖ୍ୟା ୨ଲକ୍ଷ ୨୦ହଜାର ୩୮୮ ରହିଛି ।