spot_img

Latest Posts

ରାଜ୍ୟରେ ଆଉ ୯ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୯ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସବୁଥର ପରି ଗଞ୍ଜାମରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୪୨ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ମହିଳା, ୫୯ ବର୍ଷୀୟ ପୁରୁଷ, ୫୯ବର୍ଷୀୟ ପୁରୁଷ, ୫୩ ବର୍ଷୀୟ ପୁରୁଷ, ୬୩ ବର୍ଷୀୟ ପୁରୁଷ ଅଛନ୍ତି । ଏ ସମସ୍ତେ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ସେହିପରି ସୁନ୍ଦରଗଡ଼ରୁ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୂମେହ ରୋଗରେ ଆକ୍ରାନ୍ତ ଥିଲେ । ଗଜପତିରୁ ୨୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।  କେଉଁଝରରୁ ୨୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ଟାଇପ ୧ ରେ ରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧାରୁ ୮୦ ବର୍ଷୀୟ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସେହିଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି ।

ସେହିପରି ରାଜ୍ୟରେ ଆଜି ୨୮ଜିଲ୍ଲାରୁ ଆଉ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୩୩୭ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୫, ଲୋକାଲ୍ କେସ୍ ୫୨୨ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୦୧, ଖୋର୍ଦ୍ଧାରୁ ୧୯୬, କଟକରୁ ୧୬୮ କରୋନା ପଜିଟିଭ୍ ଚିହ୍ନଟ । ଏଥିସହ ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୯ହଜାର ୧୮କୁ ବୃଦ୍ଧି ହୋଇଛି । ସୁସ୍ଥ ହେଲେଣି ୨୪ହଜାର ୪୮୨ଜଣ ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡ଼ରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ୧୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୩୭, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡ଼ ୬୦, ପୁରୀରୁ ୭୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୭୨, ସୋନପୁରରୁ ୩ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧୪୨୬୭ ଆକ୍ଟିଭ କେସ ରହିଛି ।

Latest Posts

Don't Miss