ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
1 min readଭୁବନେଶ୍ୱର: ରାଜ୍ୟ ପାଇଁ ଭଲ ଖବର । ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ୨୬୨ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ସୁସ୍ଥ ରହିଛନ୍ତି । ତେବେ ରାଜ୍ୟରେ ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ଏଥିପାଇଁ ଓଡ଼ିଶାରେ କରୋନା ନିୟନ୍ତ୍ରଣାଧୀନ ରହିଥିବା କୁହାଯାଉଛି । ସମସ୍ତ ସୁସ୍ଥଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯାଇ, ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି । ଆଜିର ୨୬୨ଙ୍କୁ ମିଶାଇ ରାଜ୍ୟରେ ଏବେ ୬୪୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।
Another 262 Covid patients have discharged and are being discharged on 6.7.2020
73 from Ganjam
49 from Gajapati
25 from Jagatsinghpur
16 from Rayagada
15 from Cuttack
14 from Baragarh
13 from Khurdha
12 from Bhadrak
12 from Puri
8 from Kendrapara— H & FW Dept Odisha (@HFWOdisha) July 6, 2020
ତେବେ ଏହି ୨୬୨ ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୭୩ ରହିଥିବା ବେଳେ, ଗଜପତିର ୪୯, ଗତସିଂହପୁରର ୨୫, ରାୟଗଡ଼ାର ୧୬, କଟକର ୧୫, ବରଗଡ଼ର ୧୪, ଖୋର୍ଦ୍ଧାର ୧୩, ଭଦ୍ରକର ୧୨, ପୁରୀରୁ ୧୨, କେନ୍ଦ୍ରାପଡ଼ାରୁ ୮ ଜଣ ସୁସ୍ଥ ହୋଇଛନ୍ତି ।
ଖାଲି ସେତିକି ନୁହେଁ ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
4 each from Jajpur and Sundergarh
3 each from Angul, Balasore, Nayagarh and Nawarangpur
1each from Boud, Jharsuguda, Kalahandi, Koraput and MayurbhanjThe total recovered case of Odisha now stand at 6486
— H & FW Dept Odisha (@HFWOdisha) July 6, 2020
ସେହିଭଳି ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।