spot_img

Latest Posts

ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପୂର୍ବ ମାସ ତୁଳନାରେ ଏବେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଯାହାକି ରାଜ୍ୟ ପାଇଁ ଏକ ଭଲ ଖବର । ୧୬୩୩ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୯୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୭୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁଦ୍ଧା ମୋଟ୍ ୨,୬୨,୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୮୮୬ ରହିଛି ।

୧୬୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୬, ବରଗଡରୁ ୫୩, ଭଦ୍ରକରୁ ୨୧, ବାଲାଙ୍ଗିରରୁ ୮୦, ବୌଦ୍ଧରୁ ୩୫, କଟକରୁ ୧୩୨, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୩୯, ଗଜପତିରୁ ୧୩, ଗଞ୍ଜାମରୁ ୩୩, ଜଗତ୍‌ସିଂହପୁରରୁ ୭୯, ଯାଜପୁରରୁ ୪୩, ଝାରସୁଗୁଡାରୁ ୫୪, କାଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୪, କେନ୍ଦ୍ରାପଡାରୁ ୧୦୫, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୧୫୮, କୋରାପୁଟରୁ ୩୫, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୨୩, ନୁଆପଡାରୁ ୮୯, ପୁରୀରୁ ୫୮, ରାୟଗଡାରୁ ୧୧, ସମ୍ବଲପୁରରୁ ୩୨, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ପୁଣି ୧୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Latest Posts

Don't Miss