spot_img

Latest Posts

ପୁଣି ଗଲା ୧୦ ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ଜଣଙ୍କ ମୁଣ୍ଡ ନେଲା କରୋନା । କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୩୦ରେ ପହଞ୍ଚିଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏବେ କିଛି ଦିନ ହେବ ଲଗାତର ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଯାହାକି ଚିନ୍ତାର ବିଷୟ ।

ତେବେ ଗତ ୨୪ ଘଣ୍ଟାରେ ଦଶ ଜଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଛାନିଆ କରିଛି । ଏହି ୧୦ ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ ରହିଥିବା ବେଳେ ଗଜପତିରୁ ଜଣେ, ଗଞ୍ଜାମରୁ ତିନି ଜଣ, ଝାରସୁଗଉଡ଼ାରୁ ଜଣେ, ରାୟଗଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଶନିବାର ସକାଳୁ ରାଜ୍ୟରେ ପୁଣି ୧୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡ଼ର ୧୪, ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡ଼ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁୁ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩୯, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୧୭୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଗଞ୍ଜାମରେ ପୁଣି ସର୍ବାଧିକ ଆକ୍ରାନ୍ତ ! ଜାଣନ୍ତୁ ଆଜି କେଉଁଠୁ କେତେ ?

Latest Posts

Don't Miss