ଗ୍ରୀନ୍ ଜୋନରେ ଉଠିପାରେ ଲକଡାଉନ୍, ରେଡ୍ ଜୋନରେ ବଢ଼ିପାରେ କଟକଣା

Odisha Corona Lockdown Unlock Update

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର୍ ଖସୁଛି । ଏବେ ୪.୧୪ ପ୍ରତିଶତ ରହିଛି ପଜିଟିଭ୍ ହାର୍ । ଏଥିସହ ରାଜ୍ୟ ସରକାର ଲଗାଇଥିବା ଆଂଶିକ ଲକଡାଉନ୍ ଗୁରୁବାର ସକାଳ ୫ଟାରେ ସରୁଛି । ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର କଟକଣାକୁ ଆହୁରି କୋହଳ କରିପାରନ୍ତି । କାଲିଠୁ ଅଧିକାଂଶ ଜିଲ୍ଲାରେ ଲକ୍‌ଡାଉନ ଉଠିବା ସହ କିଛି ଜିଲ୍ଲାରେ କଟକଣାରେ ଅନଲକ ପ୍ରକ୍ରିୟା ଲାଗୁ କରିପାରନ୍ତି ରାଜ୍ୟ ସରକାର ।

ରାଜ୍ୟର ୨୧ଟି ଜିଲ୍ଲାରେ ସଂକ୍ରମଣ ତଳମୁହାଁ ଥିବା ବେଳେ ୪ ପ୍ରତିଶତକୁ ଖସିଛି ପଜିଟିଭ୍ ହାର୍ । ସଂକ୍ରମଣ କମୁଥିବା ଜିଲ୍ଲାରେ କଟକଣା କୋହଳ କରିବା ନେଇ ଚାଲିଛି ବିଚାର ବିମର୍ଶ । ପୂର୍ବରୁ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କୋହଳ ହୋଇଛି କଟକଣା । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟକ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା କୋହଳ ହେବ । ଦ୍ୱିତୀୟ ଲହରରେ ୪ ଥର ଲକଡାଉନ୍ ପରେ କଟକଣା ଧିରେ ଧିରେ କୋହଳ ହେଉଛି ।

Odisha Corona Lockdown Unlock Update

ଏବେ ରେଡ୍ ଜୋନରେ ୩ଟି ଜିଲ୍ଲା ବାଲେଶ୍ୱର, ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି । ସେହଭଳି ୟେଲୋ ଜୋନରେ ୬ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୟାଗଡ଼ ଓ ପୁରୀ ଜିଲ୍ଲା ରହିଛି । ଅନ୍ୟ ୨୧ଟି ଜିଲ୍ଲାରେ ସଂକ୍ରମଣ କମିଥିବା ବେଳେ ଗ୍ରୀନ୍ ଜୋନରେ ରହିଛି ।

ଜୁଲାଇ ଗାଇଡଲାଇନରେ ଜିମ୍, ପାର୍କ, ସିନେମା ହଲ୍, ମଲ୍, ଧର୍ମାନୁଷ୍ଠାନ, ସେଲୁନ୍ ଆଦିରେ କଟକଣା କୋହଳ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଏହାସହ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେହିପରି ଲକଡାଉନ ସମୟସୀମା ଓ ସପ୍ତାହାନ୍ତ ସଟଡାଉନ କୋହଳ ହୋଇପାରେ । ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଜୁଲାଇ ୧ରୁ ନୂଆ ଗାଇଡଲାଇନ ଆଣିବେ ରାଜ୍ୟ ସରକାର ।

Leave a Reply