ରାଜ୍ୟରେ ଦିନକରେ ସର୍ବାଧିକ କରୋନା ଜନିତ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି
1 min readଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୧୪ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୮୬ରେ ପହଞ୍ଚିଛି । ଗଂଜାମରୁ ୬, ନୟାଗଡ଼ରୁ ୩, ଖୋର୍ଦ୍ଧାରୁ ୨ ଓ ଭୁବନେଶ୍ୱର,ସୁନ୍ଦରଗଡ଼, ରାୟଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
3. A 78-year old male of Nayagarh district.
4. An 84-year old female of Bhubaneswar.
5. An 82-year old male of Khordha district who was also suffering from Diabetes & hypertension.
6. A 69-year old male of Khordha district who was also suffering from Chronic Kidney Disease
— H & FW Dept Odisha (@HFWOdisha) August 10, 2020
ସୋମବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତ ହେଉଛନ୍ତି ୮୫ ବର୍ଷିୟ ପୁରୁଷ, ୬୫ ବର୍ଷିୟ ପୁରୁଷ,୫୦ ବର୍ଷିୟ ପୁରୁଷ, ୫୫ ବର୍ଷିୟ ପୁରୁଷ, ୪୦ ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୭୦ ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି । ଏହାସହ ନୟାଗଡ଼ରୁ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୭୮ ବର୍ଷିୟ, ୩୦ବର୍ଷିୟ ପୁରୁଷ ଓ ୬୪ ବର୍ଷିୟ ପୁରୁଷ । ଖୋର୍ଦ୍ଧାରୁ ୨ଜଣ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହୋଉଛନ୍ତି ୮୨ବର୍ଷିୟ ପୁରୁଷ ଓ ୬୯ବର୍ଷିୟ ପୁରୁଷ । ସେହିଭଳି ଭୁବନେଶ୍ୱରରେ ୮୪ ବର୍ଷିୟ ମହିଳାଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହାସହ ରାୟଗଡ଼ାରୁ ୪୬ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ଼ରୁ ୭୨ବର୍ଷିୟ ପୁରୁଷଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ତେବେ ସେମାନେ ପୂର୍ବରୁ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ ।
11. A 55-year old male of Ganjam district who was also suffering from Diabetes.
12. A 50-year old male of Ganjam district who was also suffering from Chronic Kidney Disease.
13. A 46-year old male of Rayagada district who was also suffering from Diabetes & hypertension.
— H & FW Dept Odisha (@HFWOdisha) August 10, 2020
ତେବେ ସୋମବାରରେ ୨୯ଟି ଜିଲ୍ଲାରୁ ୧୫୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୯୪୮ ଓ ଲୋକାଲ କେସ ୫୮୦ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୧ ହଜାର ୭୮୪ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୩୩୪ଟି ସକ୍ରିୟ ମାମଲା ରହିଛି ।