ଗର୍ଭବତୀ ମହିଳାଙ୍କୁ ଚଲାଇ ଥାନା ଅଧିକାରୀ ସସ୍‌ପେଣ୍ଡ

ଉଦଳା: ଗର୍ଭବତୀ ମହିଳାଙ୍କୁ ଦୀର୍ଘରାସ୍ତା ଚଲାଇ ଥାନା ଅଧିକାରୀ ସସ୍‌ପେଣ୍ଡ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀ ରୀନା ବକ୍ସାଲଙ୍କୁ ଏସ୍‌ପି ସସ୍‌ପେଣ୍ଡ କରିଛନ୍ତି । ସୂଚନା ଅନୁସାରେ ଶରତ ଥାନା ଅଞ୍ଚଳରେ ହେଲମେଟ୍ ଚେକିଂ କରୁଥିଲା ପୋଲିସ । ଏହି ସମୟରେ ନୋଟ ପଞ୍ଚାୟତର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କୁ ଉଦଳା ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେବା ବେଳେ ପୋଲିସ ଅଟକାଇଥିଲା । ବିକ୍ରମ ହେଲମେଟ ଓ ମାସ୍କ ପିନ୍ଧି ଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ପତ୍ନୀ ହେଲମେଟ୍ ପିନ୍ଧିନଥିଲେ । ଏଥିପାଇଁ ଚାଲାଣ କାଟିଥିଲା ପୋଲିସ । ଅନଲାଇନରେ ଟଙ୍କା ଦେବାକୁ କହିଥିଲେ ବିକ୍ରମ । କିନ୍ତୁ ଏଥିରେ ରାଜି ହୋଇଥିଲେ ଶରତ ଥାନା ଓଆଇସି ରୀନା ବକ୍ସାଲ । ସଙ୍ଗେ ସଙ୍ଗେ ଟଙ୍କା ନଦେଲେ ଯାଇପାରିବ ନାହିଁ ବୋଲି କହିଥିଲେ ଓଆଇସି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଗର୍ଭବତୀ ମହିଳାଙ୍କୁ ରାସ୍ତାରେ ଛାଡ଼ି ବିକ୍ରମଙ୍କୁ ୪ ଘଣ୍ଟା ଥାନାରେ ଅଟକ ରଖିଥିଲା । ମହିଳା ଜଣକ ଚାଲି ଚାଲି ଥାନାରେ ପହଞ୍ଚିଥିଲେ । ପରେ ଏନେଇ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଦମ୍ପତି । ଓଆଇସି ରୀନା ବକ୍ସାଲଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ତାଙ୍କୁ ମୟୂରଭଞ୍ଜ ଏସପି ସସ୍‌ପେଣ୍ଡ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Leave a Reply