କଂଗ୍ରେସର ଜମି ବଞ୍ଚାଅ ଅଭିଯାନ; ଭୁବନେଶ୍ୱର ପ୍ରତିବାଦରେ ଯୋଗଦେଲେ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ନେଇ ବିରୋଧ ଥମିବାର ନାଁ ନେଉନି । ଏହାକୁ ନେଇ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି । କଂଗ୍ରେସ କ୍ରମାଗତ ଭାବେ ଏହି ଆଇନକୁ ବିରୋଧ କରି ଆସୁଛି । ସାରା ଦେଶରେ ସରକାରଙ୍କର ଏହି ଆଇନକୁ ଚାଷ ଓ ଚାଷୀ ବିରୋଧୀ ବୋଲି କହି ପ୍ରତିବାଦ ରାଲି ଆୟୋଜନ କରୁଛି । ଏହି କ୍ରମରେ ଓଡ଼ିଶା କଂଗ୍ରେସ ମଧ୍ୟ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛି ।

 

ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ରାଉତରାୟ ଓ ଅନ୍ୟ କଂଗ୍ରେସ ନେତା ମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ । ଆଜି କଂଗ୍ରେସ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଶୋଭାଯାତ୍ରା କରିଛି । ପିସିସି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରିବ ।

 

କଂଗ୍ରେସର ତୁଙ୍ଗ ନେତାମାନେ ଶୋଭାଯାତ୍ରାରେ ଯୋଗଦେବେ । କଂଗ୍ରେସର କ୍ଷେତି ବଚାଓ ଅଭିଯାନରେ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦ୍ର ସରକାର କୃଷି ଆଇନରେ କରିଥିବା ଭୁଲକୁ ସ୍ୱୀକାର କରନ୍ତୁ ଓ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି ।

Leave a Reply