ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ । ପ୍ରବସୀ ଓଡ଼ିଆ ରାଜ୍ୟ ଫେରିବା ନେଇ ଯେଉଁ ଅସୁବିଧା ଭୋଗୁଛନ୍ତି ତାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଉ ନାହାନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ କଂଗ୍ରେସ ପକ୍ଷରୁ ଆହୁରିୁ ମଧ୍ୟ କୁହାଯାଇଛି ଯେ, ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ପ୍ରବାସୀମାନେ ଆଜି ହଇରାଣ ହେଉଛନ୍ତି । ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ହେଲେ ସରକାର କଂଗ୍ରେସ କଥା ଶୁଣିଲେନି । ଏମିତିକି ପ୍ରବାସୀଙ୍କ ଟ୍ରେନ୍‌ ଭଡ଼ା କଂଗ୍ରେସ ପକ୍ଷରୁ ଦିଆଯିବ ବୋଲି କୁହାଯାଇଥିଲ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ କି ଟ୍ରେନ୍‌ରେ ଆସିଥିବା ପ୍ରବାସୀଙ୍କ ତାଲିକା ଦେଲେ ନାହିଁ । ସରକାରଙ୍କୁ କଂଗ୍ରେସ ସହଯୋଗ କରିବାକୁ ପ୍ରସ୍ତୁତ ଅଛି ହେଲେ ସରକାର ଚୁପ୍‌ ।

ସରକାରଙ୍କ ଦୁରଦୃଷ୍ଟି ଅଭାବ ଯୋଗୁଁ ଆଜି ପ୍ରବାସୀ ଓଡ଼ିଆଳ ବାହାରେ ହିନସ୍ତା ହେଉଛନ୍ତି । ‘ଓଡ଼ିଶା ଲୋକେ ଅନ୍ୟ ରାଜ୍ୟରେ ଦ୍ଵିତୀୟ ଶ୍ରେଣୀ ନାଗରିକର ବ୍ୟବହାର ପାଉଛନ୍ତି । ସବୁଆଡ଼େ ଓଡିଆଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଛି । ରାଜ୍ୟ କଂଗ୍ରେସ ହେଲ୍ପଲାଇନ ନମ୍ବରକୁ ଦୁଇରୁ ତିନି ହଜାର ଲୋକଙ୍କ ଫୋନ ଆସୁଛି । ସରକାର ସେମାନଙ୍କୁ ବଞ୍ଚାନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସମ୍ମିଳନୀରେ ବରିଷ୍ଠ ବିଧାୟକ ସୁରେଶ୍ କୁମାର ରାଉତରାୟଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ପିସିସି ସଭାପତିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପ୍ରବାସୀ ଶ୍ରମିକଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବାବଦରେ ରାଜ୍ୟ ସରକାରା ଅବଗତ ଅଛନ୍ତି ଓ ସରକାରଙ୍କ ଆନ୍ତରକିତା ରହିଛି । ସରକାର ସ୍ଥିତି ଉପରେ ନଜର ରଖିବା ସହ ସବୁ ପ୍ରକାରର  ପଦକ୍ଷେପ ନେଉଛନ୍ତି । ସବୁ ବ୍ୟବସ୍ତା ମଧ୍ୟ କରାଯାଉଛି । ଯେଉଁ ପ୍ରକ୍ରିୟାରେ ଲୋକ ଆସୁଛନ୍ତି ସେହି ପ୍ରକ୍ରିୟାରେ ଲୋକମାନେ ଆସିବେ । ଏଥିରେ କୌଣସି ରାଜନୀତି ନାହିଁ । ଯେଉଁମାନେ ଏମିତି କହୁଛନ୍ତି ସେମାନେ ରାଜନୀତି କରିବା ପାଇଁ ଏମିତି କହୁଛନ୍ତି ବୋଲି କହିଛନ୍ତି ପଦ୍ନନାଭ ବେହେରା ।

Leave a Reply