୨୦୧୯ରେ ମିଶିଥିଲେ, ୨୦୨୧ ରେ ଛାଡ଼ିଦେଲେ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ  ।  ୨୦୧୯ ମସିହାରେ କଂଗ୍ରେସରେ ଯୋଗଦାନ କରିଥିବା ଏହି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି  । ସୋସିଆଲ ମିଡିଆରେ ଏନେଇ ନିଜେ ସୂଚନା ପ୍ରଦାନ କରିଛନ୍ତି ନବୀନ ନନ୍ଦ  ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି  । ୨୦୧୯ରେ ଢେଙ୍କାନାଳରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ  । ୨୦୦୯ରେ ନବୀନ ନନ୍ଦ ଏନ୍‌ସିପି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ପରେ ବିଜେଡିରେ ଯୋଗ ଦେଇଥିଲେ ନବୀନ ନନ୍ଦ  । କିନ୍ତୁ
୨୦୧୮ ମସିହାରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା  । ଅର୍ଥାତ ୨୦୧୮ ମସିହାରେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ ନବୀନ  ।

ତେବେ ନବୀନ ନନ୍ଦ ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ, ତାଙ୍କୁ ୨୦୧୯ ମସିହାରେ କଂଗ୍ରେସ ଢେଙ୍କାନାଳ ଆସନରୁ ପ୍ରାର୍ଥୀ କରିଥିବାରୁ ଦଳ ଉପରେ ଖୁସି ପ୍ରକଟ କରିଛନ୍ତି  । ବିଶେଷ କରି ଦଳ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି  । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେ ଦଳ ଉପରେ ଭରସା ଜୁଟାଇ ନପାରି ଇସ୍ତଫା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି  ।

Leave a Reply