ୟୁପି ଗଣଦୁଷ୍କର୍ମ ପ୍ରତିବାଦ ନାଁରେ ରାଜ୍ୟ କଂଗ୍ରେସର ଡେମୋ, ପୀଡିତାଙ୍କ ପ୍ରତି ଦରଦ ନା ରାଜନୀତିର ଡେମୋ ?

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହାଥରସ କାଣ୍ଡ ପୁରା ଦେଶର ଆତ୍ମାକୁ ଖୀନଭିନ୍ କରିଛି । ଦେଶବ୍ୟାପୀ ଏହାକୁ ନେଇ ପ୍ରତିବାଦ ହେଉଛି । ବିଜେପି ଓ ଏହାର ଉତ୍ତରପ୍ରଦେଶ ଶାସନମୁଖ୍ୟ ଏବେ ସମାଲୋଚନାର ସେଣ୍ଟରଷ୍ଟେଜରେ ଅଛନ୍ତି । କିନ୍ତୁ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଲାଣି । ଭୁବନେଶ୍ୱରରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଯେଉଁଭଳି ପ୍ରତିବାଦ କରାଯାଇଛି, ତାହା ଅତିକମରେ ସେଇଆ ହିଁ କହୁଛି । ଏହି ପ୍ରତିବାଦରେ ପୀଡିତାଙ୍କ ପ୍ରତି ଦରଦ କମ ଅଧିକ ରାଜନୀତି ଥିଲା ଭଳି ଲାଗୁଛି । ପ୍ରତିବାଦ ନାଁରେ ରାଜ୍ୟ କଂଗ୍ରେସ ଷ୍ଟ୍ରିଟ୍ ପ୍ଲେକୁ ଓହ୍ଲାଇ ଆସିଛି । ଷ୍ଟ୍ରିଟ୍ ପ୍ଲେ ପୁଣି ନିଜ ନେତାଙ୍କୁ ସେଣ୍ଟର ଷ୍ଟେଜକୁ ଆଣିବାକୁ । ଏଥିରେ ପୀଡିତାଙ୍କୁ ନ୍ୟାୟ ଦେବା କମ ନିଜ ନେତାଙ୍କ ଦିନକୁ ଦିନ କମୁଥିବା ରାଜନୈତିକ ଗ୍ରାଫକୁ ଉପରକୁ ଉଠାଇବାର ଉଦ୍ୟମ ଅଧିକ ଥିବା ଭଳି ପ୍ରତୀତ ହୋଇଥିଲା ।

CONGRESS_RALLY 3

ଭୁବନେଶ୍ୱରରେ ଆଜି କଂଗ୍ରେସ ଅଭିନବ ପ୍ରତିବାଦ ନାମରେ ଯାହା କରିଛି ତାହା ଏକରକମ ମୁଳ ପ୍ରସଙ୍ଗରୁ ଓହରି ଯିବା ଭଳି । ଏଥିରେ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ରାହୁଲ ଗାନ୍ଧୀଙ୍କୁ ପୋଲିସର ଦୁର୍ବ୍ୟବହାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ ଭବନରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇଥିବା ଶୋଭାଯାତ୍ରାରେ ଉତ୍ତର ପ୍ରଦେଶ ପୋଲିସର ନକଲି ଡ୍ରେସ ପିନ୍ଧା କର୍ମୀ ସାମିଲ ଥିଲେ । ସେମାନେ କଂଗ୍ରେସ କର୍ମୀଙ୍କୁ ଅଟକାଉଥିଲେ । ନୋଏଡା ଏକ୍ସପ୍ରେସ ୱେରେ ଯେଉଁ ଢଙ୍ଗରେ ରାହୁଲଙ୍କୁ ଅଟକାଯାଇଥିଲା,ଠିକ୍ ସେଇଭଳି । ଏଥିରେ ରାହୁଲଙ୍କ ଭୂମିକାରେ କିଏ ଅବତୀର୍ଣ୍ଣ ହୋଇଥିଲେ ତାହା ତ ଜଣା ନାହିଁ କିନ୍ତୁ ଜଣେ କର୍ମୀ ନକଲି ପୋଲିସ ଧକ୍କାରେ ତଳେ ପଡୁଥିବା ଦେଖାଯାଇଥିଲା । ଏସବୁ ଦେଖି ଲାଗୁଥିଲା,କଂଗ୍ରେସ ପୀଡିତାଙ୍କ ପାଇଁ ନୁହେଁ ରାହୁଲଙ୍କ ପାଇଁ ବିକ୍ଷୋଭ କରୁଥିଲା । ରାହୁଲଙ୍କୁ କେମିତି ସେଣ୍ଟରଷ୍ଟେଜକୁ ଆଣିବା ତାହା ଥିଲା ଦଳର ଲକ୍ଷ୍ୟ ।

ଅବଶ୍ୟ ହଥରସ କାଣ୍ଡକୁ ଯେତିକି ବିରୋଧ କରାଯିବ ସେତିକି କମ । କିନ୍ତୁ ବିରୋଧ ନାଁରେ ଏଭଳି ସୋ’ବାଜି ବିରୋଧକୁ ହାଲୁକା କରିଦେଉନି କି ? କଂଗ୍ରେସର ଡେମୋ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ ହୋଇଥିଲା । ଦୋଷୀଙ୍କୁ ଦଣ୍ଡ ସହ ଆକ୍ରମଣକାରୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ, ଆନ୍ଦୋଳନ ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦିଆଯାଇଥିଲା ।

 CONGRESS_RALLY 3

ସୂଚନାଯାେଗ୍ୟ, ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରିଥିଲେ । ଗ୍ରେଟର ନୋଏଡ଼ା ଏକ୍ସପ୍ରେସରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ଫଳରେ ସେଠାରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ପେଲାଠେଲା ମଧ୍ୟରେ ରାହୁଲ ତଳେ ପଡ଼ିଯାଇଥିଲେ । ସେଠାରୁ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା ।

Leave a Reply