spot_img

Latest Posts

ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି କିଏ ଅଛନ୍ତି ତାରା ବାହିନୀପତି ଜାଣିନାହାନ୍ତି !

ଭୁବନେଶ୍ୱର: କଂଗ୍ରେସରେ ପୁଣି ସାମ୍ନାକୁ ଆସିଛି କନ୍ଦଳ । ମୁହାଁମୁହିଁ ହେଇଛନ୍ତି ଦଳର ବରିଷ୍ଠ ନେତା । ଯିଏ କଂଗ୍ରେସରେ ରହିବ ସେ ଗାନ୍ଧି ପରିବାର ବିଷୟରେ କହିପାରିବ ନାହିଁ । ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ପାଇଁ ଏଭଳି ଚରମବାଣୀ ଶୁଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ତେବେ ଏହି ବିବାଦ ଉଠିବାର ମୂଳ କାରଣ ହେଲା, ପ୍ରଦୀପ ମାଝି  ଗଣମାଧ୍ୟମ ସମ୍ମୁଖରେ ସୋନିଆ ଓ ଗାନ୍ଧି ପରିବାର ବିଷୟରେ ଟିପ୍ପଣୀ  କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ଦଳ ବିରୋଧୀ ମନ୍ତବ୍ୟ ବୋଲି ମଧ୍ୟ ଅନେକ କହିଛନ୍ତି । ଆଉ ଏହି କାରଣରୁ ଜାତୀୟ କଂଗ୍ରେସ ସମେତ ରାଜ୍ୟ କଂଗ୍ରେସରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି ।

ରାଜ୍ୟରେ କଂଗ୍ରେସ ମାଟି କାମୁଡ଼ି ପଡ଼ିଥିବା ବେଳେ ଏବେ ପ୍ରଦୀପ ମାଝିଙ୍କ ଏଭଳି ବୟାନ୍‌ କଂଗ୍ରେସକୁ ଆହୁରି ରସା ତଳକୁ ଠେଲି ଦେଇଛି ବୋଲି କୁହାଯାଉଛି । ଅନ୍ୟପଟେ ପ୍ରଦୀପ ମାଝି ଏବେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦରେ ରହିଥିବା ନେଇ କହୁଥିବା ବେଳେ, ତାରା ବାହିନୀପତି କହିଛନ୍ତି ‘କାର୍ଯ୍ୟକାରୀ ସଭାପତି କିଏ ଅଛନ୍ତି କି ନାହିଁ ତାହା ମୁଁ ଜାଣି ନାହିଁ ।’

ତେବେ କେବଳ ତାରା ନୁହଁନ୍ତି ବରଂ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଦେବାଶିଷ କହିଛନ୍ତି ହାଇକମାଣ୍ଡ କେବଳ ଜଣେ ପିସିସି ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଆଉ କାହାକୁ କୌଣସି ପଦବୀରେ ନିଯୁକ୍ତି ଦିଆଯାଇ ନାହିଁ । ତେଣୁ ଏବେ କିଏ କାର୍ଯ୍ୟକାରୀ ସଭାପତି ପଦରେ ରହିଛନ୍ତି କି ନାହାନ୍ତି ତାହା ଜଣାନାହିଁ ।

ସେପଟେ ଦେବାଶିଷଙ୍କ ପ୍ରଶ୍ନ ଉତ୍ତର ରଖିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କହିଛନ୍ତି, ଏଆଇସିସିର ନିର୍ଦ୍ଦେଶନାମା ଉପରେ ଦେବାଶିଷଙ୍କ ଜ୍ଞାନ ନାହିଁ । ଚିରଞ୍ଜୀବ ବିଶ୍ୱାଳ ଓ ମୁଁ କାର୍ଯ୍ୟକାରୀ ସଭାପତି ଅଛୁ । ଯଦି ତାଙ୍କର ସନ୍ଦେହ ଅଛି ସଭାପତିଙ୍କୁ ପଚାରନ୍ତୁ ।

Debasis Pattnaik

Latest Posts

Don't Miss