ଖୁସି ଖବର: ରାଜ୍ୟରେ ୧୦ଲକ୍ଷ ଟପିଲା କରୋନା ଟେଷ୍ଟିଂ
1 min readଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ସୁଧୁରୁଛି ସ୍ଥିତି ନିୟନ୍ତ୍ରଣକୁ ଆସୁଛି କରୋନା । ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ । ଦୀର୍ଘଦିନ ଧରି ପ୍ରଶାସନର ନିଦ ହଜାଇଥିବା ବେଳେ ଏବେ କରୋନାକୁ ମାତ୍ ଦେବାକୁ ସକ୍ଷମ ହେଉଛି ରାଜ୍ୟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଟେଷ୍ଟିଂ କମ୍ ଥିବାବେଳେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ଏବେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଏବେ କରୋନା ଟେଷ୍ଟିଂ ବଢିଛି କିନ୍ତୁ ସଂକ୍ରମିତ ସଂଖ୍ୟା କମ୍ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଆସ୍ୱସ୍ଥିକର ଖବର । ଟେଷ୍ଟିଂ ବଢିଥିଲେ ମଧ୍ୟ ପଜିଟିଭ ସଂଖ୍ୟା କମ୍ ରହିଛି । ଗତ ୨୪ ଘଣ୍ଚା ମଧ୍ୟରେ ୫୦ହଜାର ୫୨୫ ନମୁନା ଟେଷ୍ଟ କରାଯାଇଛି ।
Glad to share that we have crossed one million #COVID19 test milestone. Thank everyone who worked tirelessly to scale up testing facilities in short time and ramp up testing expeditiously to intensify our fight against the pandemic and save precious lives. #OdishaCares pic.twitter.com/ZkpJA2pUNP
— Naveen Patnaik (@Naveen_Odisha) August 18, 2020
ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଟେଷ୍ଟିଂ ହୋଇଛି । ୪୫ ହଜାର ୩୪୩ ଆଣ୍ଟିଜେନ ଓ ୫ହଜାର ୧୦୬ RTPCR ପରୀକ୍ଷା ହୋଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୬୫୪୦ ନମୁନା ପରୀକ୍ଷା ହୋଇଛି । ସେପଟେ ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ଟେଷ୍ଟିଂ ହୋଇଥିବାରୁ ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।