spot_img

Latest Posts

ରାଜ୍ୟରେ ଖସୁଛି ପାରଦ, ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ୧୫ ଡ଼ିଗ୍ରୀ ତଳେ ରହିଛି ୧୩ଟି ସହର । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା  ୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହାପରେ ସୋନପୁରରେ ତାପମାତ୍ରା ୯.୪ ଡିଗ୍ରୀଥିବାବେଳେ ଫୁଲବାଣୀରେ ରହିଛି ୧୦.୫ ଡିଗ୍ରୀ, ଅନୁଗୁଳରେ ୧୧.୦ ଡିଗ୍ରୀ, ବାରିପଦାରେ ୧୨.୦ ଡିଗ୍ରୀ, କେନ୍ଦୁଝରରେ ୧୨.୦ ଡିଗ୍ରୀ, ଝାରସୁଗୁଡାରେ ୧୨.୨ ଡିଗ୍ରୀ, ଭବାନୀପାଟଣାରେ ୧୨.୨ ଡିଗ୍ରୀ ,ତାଳଚେରରେ ୧୨.୩ ଡିଗ୍ରୀ ,କୋରାପୁଟରେ ୧୨.୬ ଡିଗ୍ରୀ, ବୌଦ୍ଧରେ ୧୪.୦ ଡିଗ୍ରା, କଟକରେ ୧୪.୦ ଡିଗ୍ରୀ, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୧୬.୦ ଡିଗ୍ରୀ ତାପମାତ୍ରା ରହିଛି । ଅନ୍ୟପଟେ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ରୂପ ନେଇ ମାଡି ଆସୁଛି ନିଭାର । ଘଣ୍ଟାକୁ ୧୧ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ଲହରୀ ଦେଖାଦେବ ।

ଏବେ ବାତ୍ୟା ପୁଡୁଚେରୀର ପ୍ରାୟ ୨୫୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । ଆଗରୁ ଆହୁରି ଘନୀଭୂତ ହୋଇ ଏହା ଭୀଷଣ ରୂପ ନେଉଛି । ଆଜି ମଧ୍ୟରାତ୍ରୀ କିମ୍ବା କାଲି ଭୋରରୁ ଏହା ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ପାର ହୋଇ କରାଇକାଲ ଏବଂ ମମଲାଲାପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ।

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିବ । ଏଥିସହ ପବନର ଝଟ୍‌କା ଘଣ୍ଟାକୁ ୧୫୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ବାତ୍ୟା ନିଭାର ପ୍ରଭାବରେ ତାମିଲନାଡୁ ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । କାଞ୍ଚିପୁରମ୍‌ରେ ପ୍ରବଳ ବର୍ଷା ଲାଗିରହିଛି । ଏବେଠୁ ପବନର ବେଗ ବଢିବାରେ ଲାଗିଛି । କିଛି ସ୍ଥାନରେ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ବାତ୍ୟାର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବନି । ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

Latest Posts

Don't Miss