କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : କଟକ ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦାବି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅତୀତର ନୌବାଣିଜ୍ୟକୁ ସ୍ମରଣ କରି କଟକରେ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି ବାଲିଯାତ୍ରା ( ବୋଇତ ବନ୍ଦାଣ ଉତ୍ସବ) । ଓଡ଼ିଆ ସାଧବ ପୁଅଙ୍କ ଗୌରବର ଗାଥା କହିଥାଏ ଏହି ଉତ୍ସବ । ଅତୀତରେ ଓଡ଼ିଆ ସାଧାବପୁଅ ବାଲି, ଯାଭା, ସୁମାତ୍ରା, ବର୍ଣ୍ଣିଓ ପ୍ରଭୃତି ଦୀପକୁ ଯାଇ ନୌବାଣିଜ୍ୟ କରିବା ସହିତ ରାଜ୍ୟର ସାଂସ୍କୃତିକ ସଂପର୍କକୁ ମଜଭୁତ କରୁଥିଲେ ।

ସେମାନେ ବଡ଼ ବଡ଼ ବୋଇତରେ ଯାଇ ବାଣିଜ୍ୟ କରୁଥିଲେ । ଏହି ମହନୀୟ ପରଂପରାକୁ ସ୍ମରଣ କରି ବାଲିଯାତ୍ରା ବହୁ ବର୍ଷ ହେଲା ପାଳିତ ହୋଇଆସୁଛି । ନଭେମ୍ବର ମାସ କାର୍ତ୍ତିକ ପୂର୍ଣ୍ଣିମାରେ ଏହା ଆରମ୍ଭ ହୋଇ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ବିଶ୍ୱର ଅନ୍ୟତମ ବୃହତ୍ତମ ବାଣିଜ୍ୟ ମେଳା କଟକରେ ଅନୁଷ୍ଠିତ ହୋଇଥାଏ ।

କଟକ ବାଲିଯାତ୍ରା ରାଜ୍ୟର ସିଗନେଚର ଫେଷ୍ଟିଭାଲ୍ ଭାବେ ବେଶ୍ ଜଣାଶୁଣା । ତେଣୁ ବାଲିଯାତ୍ରାର ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଉପଲବ୍ଧି କରି ଏହାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍ ( ଜାତୀୟ ସାମୁଦ୍ରିକ ଐତିହ ମହୋତ୍ସବ) ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ')}

Leave a Reply