କଟକ ମଡେଲ୍ ରୋଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ…

କଟକ: ଆଜି ସନ୍ଧ୍ୟାରେ କଟକ ତାଳଦଣ୍ଡା କେନାଲ ନୂତନ ରାସ୍ତା ଉଦ୍‌ଘାଟନ ହେବ । ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ୩ ଲେନ ବିଶିଷ୍ଟ ଦେଢ଼ କିଲୋମିଟର ରାସ୍ତାର ୫ଟି ସ୍ଥାନରେ ସୁଦୃଶ୍ୟ ପାର୍କିଂ ବ୍ୟବସ୍ଥା କରାଯିବା ସହିତ ରାସ୍ତାକଡ଼ରେ ଜେଟିଙ୍ଗ୍‌ ପାନ୍‌ଟ୍ରି ଲଗାଯାଇଛି । ଏହି ରାସ୍ତାକୁ ଏକ ମଡେଲ ରାସ୍ତା ଭାବରେ ଗ୍ରହଣ କରାଯାଉଛି ।

ପୂର୍ବରୁ ଏସ୍‌ସିବିକୁ ଆସୁଥିବା ରୋଗୀ ରାସ୍ତା ସମସ୍ୟା ଯୋଗୁଁ ଅସୁବିଧା ଭୋଗୁଥିଲେ । ଏବେ ନୂତନ ରାସ୍ତାକୁ ନେଇ ସେମାନେ ବେଶ୍‌ ଖୁସି । ରାସ୍ତା ଚଉଡ଼ା କରିବା ପାଇଁ ପ୍ରାୟ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି  । ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ  । ଏହି ଯୋଜନାରେ ରହିଛି ମହାନଦୀ କୂଳେ କୂଳେ ଛଅ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌, ମହାନଦୀ ରିଭର୍‌ ଫ୍ରଣ୍ଟର ବିକାଶ  ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ମାର୍ଟପ୍ଲାନ୍‌  ।

Leave a Reply