ଦିଲ୍ଲୀରେ କେନ୍ଦ୍ରୀୟ ଯୋଜନାର ବକେୟା ଅର୍ଥ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

1 min read

ନୂଆଦିଲ୍ଲୀ : ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅନୁଦାନ ରାଶିର ବକେୟା ସ୍ଥିତି ସଂପର୍କରେ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ବକେୟା ଅର୍ଥରାଶି ସହ ୫-ଟିର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

୨୦୧୯ ନଭେମ୍ୱର ୭ ତାରିଖ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ରାଶି ୭,୫୪୪ କୋଟି ଟଙ୍କା ଓଡି଼ଶା ପାଇବା ନେଇ ଅବଗତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏମଜିଏନଆରଇଜିଏ, ଏନଏସଏପି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରଭୃତି ଜନକଲ୍ୟାଣ ଯୋଜନାର ଅର୍ଥ ବାକି ରହିଛି । ଏହାବାଦ୍ ଆହୁରି ଅନ୍ୟାନ୍ୟ ଯୋଜନାରେ ଓଡ଼ିଶା ଅଧିକ ୬ ହଜାର କୋଟି ଟଙ୍କାର ଅର୍ଥ ପାଇବାକୁ ଅଛି । ଏ ସବୁକୁ କେନ୍ଦ୍ର ସରକାରଙ୍କ ସହ ଫଲୋଅପ୍ କରିବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୫-ଟିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରୀୟ ଅନୁଦାନ ପାଇବାରେ ଯେଭଳି ବିଳମ୍ବ ନହୁଏ ସେ ଦିଗରେ ଦୃଷ୍ଟିଦେବାକୁ ଅଧିକାରୀଙ୍କୁ କୁହାଯାଇଛି ।

ଦିଲ୍ଲୀରେ କେନ୍ଦ୍ରୀୟ ବକେୟା ଅର୍ଥରାଶି ସଂପର୍କିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିଲ୍ଲୀରେ ଓଡ଼ିଶା ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ')}

Leave a Reply