ପ୍ଲାଜମା ସଂଗ୍ରହ ଅଭିଯାନ ଆହୁରି ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

1 min read

ଭୁବନେଶ୍ୱର: କରୋନା ସଂକ୍ରମଣ ସହ ଯୁଦ୍ଧ ଭିତରେ ରାମବାଣ ପାଲଟିଛି ପ୍ଲାଜମା ଥେରାପି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବହୁପରିମାଣରେ ସୁସ୍ଥ ହେଉଛନ୍ତି ରୋଗୀ । ତେଣୁ ଏହି ସୁସ୍ଥ ରୋଗୀଙ୍କ ଠାରୁ ପ୍ଲାଜମା ସଂଗ୍ରହ କରି ସଂକ୍ରମିତଙ୍କୁ ସଂକ୍ରମଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି । କିଭଳି ରାଜ୍ୟରେ ସୁସ୍ଥ ହାର ପଢିବ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ପ୍ଲାଜମା ବ୍ୟାଙ୍କ ଖୋଲୁଛନ୍ତି ସରକାର ।

ପରୀକ୍ଷା ମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ସଫଳତାକୁ ଦୃଷ୍ଟିରେ ରଖି ତତ୍ପର ହୋଇଛନ୍ତି ସରକାର । କିଭଳି କରୋନାରୁ ସୁସ୍ଥ ଲୋକେ ଉତ୍ସାହିତ ହୋଇ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ ସେ ନେଇ ପ୍ରୟାସ ଜାରି ରହିଛି । ତେଣୁ କରୋନା ଚିକିତ୍ସା କ୍ଷେତ୍ରରେ ଆନ୍ଦୋଳନର ରୂପ ନେଉଛି ପ୍ଲାଜମା ଦାନ ।  ରାଉରକେଲା ଆଇଜିଏଚ୍‌ରେରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ପରେ ଆନ୍ଦୋଳନ ଆହୁରି ଦୃଢ ହୋଇଛି ।

ଏହା ମଧ୍ୟରେ ବିଭିନ୍ନ ସ୍ଥାନରୁ ମାତ୍ର ୧୫ ଦିନରେ ୪୦ ୟୁନିଟ ପ୍ଲାଜମା ସଂଗ୍ରହ ହୋଇଥିବା ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଗକୁ ପ୍ଲାଜମା ସଂଗ୍ରହ ଅଭିଯାନ ଆହୁରି ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave a Reply