SOS ଚିଲଡ୍ରେନ୍ ଭିଲେଜରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ

1 min read

ନିଆରା ଢଙ୍ଗରେ, ନିଆରା ଭାବେ ମୁଖ୍ୟମନ୍ତ୍ରୀ ପାଳିବେ ଦୀପାବଳି । ଆଲୋକର ପର୍ବ ଦୀପାବଳିକୁ ମୁଖ୍ୟମନ୍ତ୍ରୀ ପିଲା ମାନଙ୍କ ସହ ପାଳନ କରିବେ । ଭୁବନେଶ୍ୱର ସ୍ଥିତ SOS ଚିଲଡ୍ରେନ୍ ଭିଲେଜରେ ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିବେ । ଏଥିସହ ସିଏମଓର ଅନ୍ୟ କର୍ମଚାରୀମାନଙ୍କୁ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନରେ ପର୍ବ ପାଳିବାକୁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଛନ୍ତି ।

ସେହିପରି ସମସ୍ତ ଜିଲ୍ଲାପାଳମାନଙ୍କୁ ଜିଲ୍ଲାରେ ଥିବା ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନରେ ଦୀପାବଳି ପାଳିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ପୋଲିସ୍ ଅଫିସର ଓ ଏସପିମାନେ ବାଟାଲିୟନରେ ଥିବା ଯବାନଙ୍କ ପରିବାର ସହ ପର୍ବ ପାଳିନ କରିବାକୁ କୁହାଯାଇଛି । ')}

Leave a Reply