ପୁଣି ଟ୍ୱିଟରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ, ଏଥର ଦୁଇ ପ୍ରମୁଖ ସହରକୁ ସଂଯୋଗ କରୁଥିବା ରାସ୍ତାର ଚିତ୍ର

1 min read

ଭୁବନେଶ୍ୱର : ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଏଭଳି ଏକ ଟ୍ୱିଟ୍ କରି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଟୁରିଜିମକୁ ପ୍ରମୋଟ କରିଛନ୍ତି । ପୂର୍ବଥର ପରି ଏଥର ମଧ୍ୟ ଏକ ଫଟୋ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଏହା କେଉଁ ସ୍ଥାନ ବୋଲି ପ୍ରଶ୍ନ କରିଛନ୍ତି ।

ଚିତ୍ରଟିରେ ସବୁଜିମା ଭିତରେ ଏକ ଲମ୍ବା ରାସ୍ତା ଅଛି ଯାହାକି ଦୁଇଟି ମୁଖ୍ୟ ସହରକୁ ସଂଯୋଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରଶ୍ନର ଉତ୍ତର ସଂଧ୍ୟା ୬ରେ ଟ୍ୱିଟ୍ ମାଧ୍ୟମରେ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

https://nandighoshatv.comodisha-cm-ask-a-question-posting-a-photo-on-his-twitter-handle/

ଓଡ଼ିଶା ଟୁରିଜମ ପ୍ରତି ଲୋକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଏବଂ ଓଡ଼ିଶାର ସୌନ୍ଦର୍ଯ୍ୟକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ଏଭଳି ଏକ ଭିନ୍ନ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଶତାଧିକ ଲୋକ ମଧ୍ୟ ଉତ୍ତର ଦେବାରେ ବ୍ୟସ୍ତ । ଉଦିତ ସୂର୍ଯ୍ୟ ସହ ମନଲୋଭା ପ୍ରାକୃତିକ ପରିବେଶର ଦୃଷ୍ୟ ଟ୍ୱିଟରାଇଟଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି ।

Leave a Reply