ସୌନ୍ଦର୍ଯ୍ୟମୟ ରାସ୍ତାର ନାଁ କହିଲେ ମୁଖ୍ୟମନ୍ତ୍ରୀ, ଆପଣ ଜାଣିଛନ୍ତି କି ?

1 min read

ଭୁବନେଶ୍ୱର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଟ୍ୱିଟକୁ ନେଇ ଆଜି ଦିନସାରା ଚର୍ଚ୍ଚା । ଟ୍ୱିଟରରେ ନବୀନ ଏହି କବିତାର ପଦକୁ ଉଦ୍ଧାର କରିବା ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଟ୍ୱିଟକୁ ହଜାର ହଜାର ଲୋକ ସେୟାର୍‌, ରି-ଟ୍ୱିଟ୍, ଲାଇକ୍‌ କରିବା ସହିତ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଓଡ଼ିଶାର ପ୍ରାକୃତିକ ଶୋଭାରାଜିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଥିଲେ । ଏହା ସହ ଦିଗ୍‌ବଳୟରେ ସୂର୍ଯ୍ୟ ଓ ଦୁଇପାର୍ଶ୍ୱରେ ଶସ୍ୟ ଶ୍ୟାମଳା କ୍ଷେତ ଥାଇ ଏକ ସୁନ୍ଦର ରାସ୍ତାର ଫଟୋ ସେୟାର କରିଥିଲେ । ମୁଖ୍ୟମନ୍ତ୍ରୀ ଲେଖିଥିଲେ, ଏହି ରାସ୍ତାଟି ରାଜ୍ୟର ଦୁଇ ପ୍ରମୁଖ ସହରକୁ ଯୋଡୁଛି । ଏହି ରାସ୍ତାକୁ ଚିହ୍ନି ଉତ୍ତର ଦେବା ପାଇଁ ଲେଖିଥିଲେ । ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନିଜେ ଏହି ରାସ୍ତାର ନାଁ ଟ୍ୱିଟ୍ କରି ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଏହା ସୋନପୁର-ବୌଦ୍ଧ ରାସ୍ତା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ-ମାଲକାନଗିରି ରାସ୍ତା ସମ୍ପର୍କରେ ଟ୍ୱିଟ୍ କରି ପ୍ରଶ୍ନ ପଚାରିବା ସହିତ ସନ୍ଧ୍ୟାରେ ନିଜେ ଏହାର ଉତ୍ତର ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟ୍ୱିଟ୍‌ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

https://nandighoshatv.comodisha-cm-ask-a-question-posting-a-photo-on-his-twitter-handle/

Leave a Reply