ସ୍ୱର୍ଗତ ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ
1 min readଭୁବନେଶ୍ୱର: ଶେଷ ନିଶ୍ୱାସ ତ୍ୟାଗ କରିଥିବା ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ସେ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ମଧ୍ୟ ଜଣାଇଛନ୍ତି ।
ସୂଚନା ଅନୁଯାୟୀ ପୁଡୁଚେରୀ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏନେଇ ପୂର୍ବରୁ ଓଡ଼ିଶା ସରକାରଙ୍କ ତରଫରୁ ପୁଡୁଚେରୀ ସରକାରଙ୍କୁ ନିବେଦନ କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ସେ ୧୯୬୩ ମସିହାରୁ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରିଆସୁଥିଲେ। ୨୦୨୧ ମସିହା ଏପ୍ରିଲ୍ ୨୭ ତାରିଖରେ ମାତ୍ର ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି ।
CM @Naveen_Odisha spoke to the relatives of Late Manoj Das and condoled his sad demise. On the request of Odisha Govt, the mortal remains of Late Manoj Das was cremated today with state honours by the Puducherry Govt.
— CMO Odisha (@CMO_Odisha) April 28, 2021
୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ମାଆଙ୍କର ପଞ୍ଚମ ସନ୍ତାନ ହେଉଛନ୍ତି ମନୋଜ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି ସେ। ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା ।
ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା । ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ ।
ଅଧିକ ପଢନ୍ତୁ- ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ