ଦିବ୍ୟାଙ୍ଗ କ୍ରୀଡ଼ାବିତ ନିକୁ ପ୍ରଧାନଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍ସାହୀ ଦିବ୍ୟାଙ୍ଗ କ୍ରୀଡ଼ାବିତ ନିକୁ ପ୍ରଧାନଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଂଜାମ ଜିଲ୍ଲା ହିଂଜିଳି ବ୍ଲକ ନନ୍ଦିକ ଗାଁର ନିକୁ ପ୍ରଧାନ ନିଜ ଉଦ୍ୟମ ବଳରେ ଜାତୀୟ ସ୍ତରରେ, ଓଡିଶା ଦଳରେ ସ୍ଥାନ ପାଇଛନ୍ତି । ଦିବ୍ୟାଙ୍ଗ ଅଶୀ ଚାଳନା ଦଳରେ ସ୍ଥାନ ପାଇଛନ୍ତି ନିକୁ । ସେ ଆସନ୍ତା 24ତାରିଖରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ହରିଆଣା ଅଭିମୁଖେ ଯାତ୍ରା କରିବେ ।

ଆର୍ଥିକ ଅନାଟନରେ ଥିବା ଗରୀବ ନିକୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ନିକୁଙ୍କ ନିବେଦନକୁ ସହୃଦୟତାର ସହ ଗ୍ରହଣ କରି ଆଜି ଅପରାହ୍ନରେ ନିକୁଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା । ନିକୁ ଅପରାହ୍ନରେ ନବୀନ ନିବାସ ଯାଇ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ଏହାସହ ନିକୁଙ୍କୁ ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ନବୀନ ।

ଏଥିପାଇଁ ନିକୁ ଓ ତାଙ୍କ ସହଯୋଗୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ନବୀନ ନିବାସରୁ ଫେରିବା ପରେ ନିକୁଙ୍କ ଇଛାଶକ୍ତି ଆହୁରି ଦୃଢ଼ ହୋଇଛି । ସେ ପ୍ରତିଯୋଗୀତାରେ ଭଲ ପ୍ରଦର୍ଶନ କରି ପଦକ ସହିତ ଫେରି ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଭେଟିବେ ବୋଲି କହିଛନ୍ତି ।