୧୨୦୫ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆଗକୁ ଡାକ୍ତର ବଳକା ରାଜ୍ୟ ହେବ ଓଡ଼ିଶା

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏହା ଏକ ଅଭିନବ ଉଦ୍ୟମ । ନବ ନିଯୁକ୍ତ ଜୁନିୟର ଡାକ୍ତରଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସ୍ବାସ୍ଥ୍ୟ ସେବାରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ସ୍ବାଗତ କଲେ । ଏହା ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜଭୁତ କରିବ । ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ବ ।

୪ ହଜାର ୫୦୦ ମେଡିକାଲ ଅଫିସର ଗତ ବର୍ଷ ନିଯୁକ୍ତି ପାଇଛନ୍ତି । ୫ ହଜାର ୪ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଏମବିବିଏସ ପଦବୀ ପୂରଣ ହେବ । ଆଗାମୀ ବର୍ଷରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ । ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କ୍ବାଲିଟି ସ୍ବାସ୍ଥ୍ୟ ସେବା ଯୋଗାଉଛି । ଏହା ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହୋଇଛି । ଏଥିପାଇଁ ୨୨୫ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି । ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

ଏଥିସହ କ୍ରାଇସିସି ସମୟରେ ଓଡ଼ିଶାର ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ନବୀନ । ସେମାନଙ୍କ ସଯୋଗ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଲା । ବ୍ଲଡ୍ ଡୋନେସନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଇକ୍ଲୋନ ମ୍ୟାନଜେମେଣ୍ଟ ଏକ ଲଙ୍ଗ ମ୍ୟାନେଜମେଣ୍ଟ, କୋଭିଡ ମ୍ୟାନଜେମେଣ୍ଟ ଏକ ମିଡିଲ ମ୍ୟାନେଜମେଣ୍ଟ ପରେ ଏବେ ଏକ ସଡନ କ୍ରାଇସିସିରେ ମଧ୍ୟ ଆମେ ମ୍ୟାନେଜମେଣ୍ଟ କରିବାରେ ସକ୍ଷମ ବୋଲି ନବୀନ କହିଛନ୍ତି ।