ଓଡ଼ିଶାରେ ବଢ଼ଇବ ଖୋ ଖୋ କ୍ରେଜ୍; ନିର୍ମାଣ ହେବ ଷ୍ଟାଡିୟମ ଓ ହାଇପରଫର୍ମାନ୍ସ ସେଣ୍ଟର

1 min read

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ଖୋ ଖୋ ଷ୍ଟାଡିୟମ ଓ ହାଇପରଫର୍ମାନ୍ସ ସେଣ୍ଟର। ଅଲଟିମେଟ୍ ଖୋ ଖୋ ଲିଗ୍ ଚାମ୍ପିଅନ ‘ଓଡ଼ିଶା ଜଗରନଟ୍ସ’କୁ ସମ୍ବର୍ଦ୍ଧିତ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଚାମ୍ପିଅନ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ । ଏହି ସମୟରେ ପୂର୍ବରୁ ଘୋଷଣା କରିଥିବା ଏକ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କ ସହିତ ଟିମର ମ୍ୟାନେଜର ଓ ସପୋର୍ଟ ଷ୍ଟାଫଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସମସ୍ତଙ୍କ ଆଲୋଚନା କରିବା ସହ ଫଟୋ ଉଠାଇଛନ୍ତି ନବୀନ। ଆଗକୁ ଭଲ ଖେଳି ରାଜ୍ୟ ପାଇଁ ଗୌରବ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର ।

ସମ୍ବର୍ଦ୍ଧନା ଉତ୍ସବରେ ଫାଇଭ-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ କ୍ରୀଡା ସଚିବ, ହକି ଓଡ଼ିଶା ପ୍ରମୋସନ କାଉନସିଲ ଚେୟାରମ୍ୟାନ , ଅଲଟିମେଟ ଖୋ ଖୋ ଲିଗର ସିଇଓ, ଖୋ ଖୋ ଫେଡରେସନ ଇଣ୍ଡିଆର ସଭାପତି ଉପସ୍ଥିତ ଥିଲେ । ଅଲଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଛି ଓଡ଼ିଶା । ତେଲୁଗୁ ଯୋଦ୍ଧାକୁ ହରାଇ ଟ୍ରଫି ହାତେଇଛି ଓଡ଼ିଶା ଜଗରନଟ୍ସ ।