ପ୍ରଥମ ଥର ପାଇଁ ସେମିପାଇନାଲରେ ସ୍ଥାନ ପକ୍କା କଲା ଭାରତୀୟ ମହିଳା ହକି ଟିମ୍, ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ହକି ଟିମ୍। ଏଥିପାଇଁ ଟ୍ୱିଟ କରି ଭାରତୀୟ ମହିଳା ହକି ଦଳର ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ହକି ଟିମର ଏହି ଐତିହାସିକ ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ।
ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିବା ପରେ ଭିଡିଓ ଏବଂ ଟ୍ୱିଟ୍ ମାଧ୍ୟମରେ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଟିମ୍ ଆଗକୁ ଭଲ ପ୍ରଦର୍ଶନ କରୁ ଇତିହାସରେ ନିଜର ସ୍ଥାନ ପକ୍କା କରୁ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଦେଶ ପାଇଁ ଗୌରବ ଆଣୁ, ଏହି ଆଶା ରଖିଛନ୍ତି ନବୀନ। ଭାରତୀୟ ମହିଳା ଟିମ୍କୁ ସଫଳତାର ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ଯେତେବେଳେ ଭାରତ ସହ ଅଷ୍ଟ୍ରେଲିଆର ମ୍ୟାଚ ଜାରି ରହିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ। ଭାରତୀୟ ମହିଳା ହକି ଦଳ ଜିତିବା ପରେ ଇଣ୍ଡିଆ ହକି ଟିମ୍ ବେଷ୍ଟ ଅଫ୍ ଲକ୍ ବୋଲି କହିଥିଲେ।
୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଓଡ଼ିଶାରୁ ପୁରୁଷ ହକି ଟିମ୍ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍ରେ ଦିପ୍ ଗ୍ରେସ୍ ଏକ୍କା ଅଛନ୍ତି ।