ଦେଶ ଦେଖିବ ସର୍ବ ବୃହତ ହକି ଷ୍ଟାଡିୟମ, ସୁନ୍ଦରଗଡକୁ ୫ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ରବବୃତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ବିକାଶର ମହାଦୂର୍ଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜିଲ୍ଲାର ବିକାଶ ପାଇଁ ୪ ହଜାର ୯ଶହ ୧୫କୋଟିର ପ୍ୟାକେଜ ପ୍ରଦାନ କରାଯାଇଛି । ଏଥିସହ ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କ୍ରମରେ ଜିଲ୍ଲାର ୧୭ ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବା ନେଇ ନିଷ୍ପତି ହୋଇଛି । ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୬୧୧ କୋଟି, ଜଳସେଚନ ପାଇଁ ୩୨୦ କୋଟି, ସ୍ବାସ୍ଥ୍ୟସେବା ପାଇଁ ୧୧୧ କୋଟି, ରାସ୍ତାଘାଟର ବିକାଶ ପାଇଁ 1060 କୋଟି, ଶିକ୍ଷା ପାଇଁ 366 କୋଟି, ପରିମଳ ପାଇଁ 250 କୋଟି, ଜୀବିକା ବିକାଶ ପାଇଁ 216 କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ 471 କୋଟି, ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ 38 କୋଟି, ଭିତ୍ତିଭୂମି ଉନ୍ନୟନ ପାଇଁ 67 କୋଟି, ମହିଳା ଓ ଶିଶୁ ବିକାଶ ପାଇଁ 135 କୋଟି, ପରିବେଶ ସୁରକ୍ଷା ପାଇଁ 12 କୋଟି, ଦକ୍ଷତା ବିକାଶ ପାଇଁ 15 କୋଟି ଓ କ୍ରୀଡ଼ା ପାଇଁ 120 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ବେଦବ୍ୟାସ ପୀଠର ଉନ୍ନତିକରଣ ପାଇଁ 18 କୋଟି, ପାନପୋଷ ବଜାରର ଉନ୍ନତି କରଣ କାର୍ଯ୍ୟ ପାଇଁ ୪୮ କୋଟି, ରାଉରକେଲା ସହରରେ ମୁଖ୍ୟ ଡ୍ରେନ ପୁନରୁଦ୍ଧାର ପାଇଁ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ରୋଡ ଉନ୍ନତି କରଣ ପାଇଁ 116 କୋଟି, ପର୍ଯ୍ୟଟନର ବିକାଶ ଓ ଚିତ୍ତ ବିନୋଦନ ପାଇଁ 105 କୋଟି, 10ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ୩୭ଟି ବିଦ୍ୟାଳୟର ଉନ୍ନତି କରଣ, ୩୨ଟି ଉଠା ଜଳସେଚନ ପ୍ରକଳ୍ପ, 23ଟି ହଜାର ମେଟ୍ରିକ୍ ଟନ୍ ଗୋଦାମ ଗୃହ, 13ଟି ମେଟ୍ରିକ୍ ଟନ୍ ଗୋଦାମ ଗୃହ, 7ଟି ଭଣ୍ଡାର ସହିତ ଗୋଦାମ, ୩୨୩ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୨୦ଟି ସ୍ଥାନରେ ଏଲଇଡି ଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ରାଉରକେଲା ସହରର ୯ଟି ସ୍ଥାନରେ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave a Reply