ବାଣ କାରଖାନାରେ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
2 min readଭୁବନେଶ୍ୱର: ତାମିଲନାଡ଼ୁ ବିରୁଧୁନଗର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Deeply saddened to know about the loss of lives in the tragic fire accident in a firecracker factory in #Virudhunagar, #TamilNadu. My thoughts and prayers are with the bereaved families in the hour of grief and pray for the speedy recovery of those who have sustained injuries.
— Naveen Patnaik (@Naveen_Odisha) February 12, 2021
ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି ।
Tamil Nadu: Death toll rises to 11 in the fire at a firecracker factory in Virudhunagar, 36 injured. CM announces ex-gratia of Rs 3 Lakhs each to kin of deceased & Rs 1 Lakh for critically injured
PM announces Rs 2 lakhs each for kin of deceased & Rs 50,000 for seriously injured pic.twitter.com/W2XbpgeBwO
— ANI (@ANI) February 12, 2021
ବାଣ କାରଖାନାରେ ନିଆଁ ଲାଗି ଆହତ ହୋଇଥିବା ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତାହତଙ୍କ ସମ୍ପର୍କରେ ପରିବାର ବର୍ଗଙ୍କୁ ସୂଚନା ଦେବା ଲାଗି ବ୍ୟବସ୍ଥା କରାଯାଇଛି । ଭବିଷ୍ୟତରେ ଯେଭଳି ଏଭଳି ଦୁର୍ଘଟଣା ନଘଟିବ ସେଥିପ୍ରତି ଦୃଷ୍ଟି ଦେଇ ନିୟମିତ ବ୍ୟବଧ୍ୟାନରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।