କୋଭିଡ କଟକଣାରେ ହେବ ସିଭିଲ ସର୍ଭିସ ପରୀକ୍ଷା

1 min read

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ହେବ ସିଭିଲ ସର୍ଭିସ ପରୀକ୍ଷା । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ଓଡ଼ିଶା ଲୋକସେବା ଆୟୋଗର ସଚିବ ପରାମର୍ଶ ଦେଇଛନ୍ତି । ପରୀକ୍ଷାର୍ଥୀମାନେ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

କେବଳ ପରୀକ୍ଷା ପରିଚାଳନାରେ ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ପରୀକ୍ଷାର୍ଥୀମାନେ ନିଜ ସାନିଟାଇଜର ସାଥିରେ ନେଇପାରିବେ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ପରିସରରେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ କୁହାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ଥିବା ପରୀକ୍ଷା ପରିଚାଳକଙ୍କୁ ଜଣାଇବେ ।

କୋଭିଡ ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କ  ପାଇଁ ପୃଥକବାସ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି ଏସଓପିରେ କୋଭିଡ୍ ନିୟମାବଳୀର କଡାକଡି ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ଓଡିଶାରେ କୋଭିଡ ସଂକ୍ରମଣ ଦୈନିକ ୧୦ ହଜାର ପାର କରିଥିବା ସ୍ୱତେ ମଧ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର  । ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରଶାସନିକ ପରୀକ୍ଷା ଆଦିକୁ ସଠିକ ମାର୍ଗରେ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି  ।

Leave a Reply