ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା

ଭୁନେଶ୍ୱର: ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ବାସ । ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା । ଓଡ଼ିଆରେ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ହେବ । ୟୁପିଏସସି ପରି ଓପିଏସସି କରିବ ଚୟନ ପରୀକ୍ଷା । ପ୍ରଶ୍ନ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ।

ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି । ସାଦାରଣ ପ୍ରଶାସନ ବିକଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି । ମାର୍ଗଦର୍ଶିକା ଅନୁସାରେ, ମେନ୍ ପରୀକ୍ଷା ଡାଞ୍ଚାରେ ବି ପରିବର୍ତ୍ତନ ହେବ । ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବା ବେଳେ ୪ଟି ପେପରରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ । ୩ଶହ ଲେଖାଏ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍ ୬ଶହ ମାର୍କର ପରୀକ୍ଷା ହେବ । ମେନ୍ ପରୀକ୍ଷା ସମୁଦାୟ ୨ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ । ସେହିପରି ମେନ୍‌ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ଉତ୍ତର ଲେଖା ଯାଇପାରିବ । ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍ ଦେଲେ ଅନ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନଥିଲା । ପୂର୍ବରୁ ଓଡ଼ିଆରେ ଓଏଏସ୍ ପରୀକ୍ଷା ଆୟୋଜନ ପାଇଁ ଦାବି ହୋଇଆସୁଥିଲା।