ଆନ୍ଧ୍ରକୁ ସହାୟତା, ଓଡ଼ିଶାକୁ ଅବହେଳା: ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ନିନ୍ଦା କଲା ଓଡିଶା ସିଟିଜେନସ ଫୋରମ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ନେଇ ଓଡିଶା ସରକାରଙ୍କ ଉଦାସୀନ ମନୋଭାବକୁ ନିନ୍ଦା କଲା ଓଡିଶା ସିଟିଜେନସ ଫୋରମ। ଦେଶରେ ବିଜେପି ସରକାର ଆନ୍ଧ୍ରକୁ ସବୁ ସହାୟତା ଦେଉଥିବ ବେଳେ ଓଡିଶାକୁ ବ୍ୟାପକ ଅବହେଳା କରୁଛନ୍ତି। ରାଜ୍ୟର ଏଭଳି ବିପଦ ସମୟରେ ଓଡିଶା ସରକାର କିନ୍ତୁ ଶୋଇପଡିଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ କିଛି କରିପାରିଲେ ନାହିଁ ବୋଲି ଅଭିଯୋଗ ଆଣିଲା ଫୋରମ। ସରକାରଙ୍କୁ ଚେତାବନୀ ଦେଲା ଫୋରମ। ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ଭେଟି ରାଜ୍ୟର ସ୍ୱାର୍ଥ ପାଇଁ ଦାବି ରଖିବାକୁ କହିଲା। ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବାରମ୍ବାର ଦାବି ଉଠାଉଥିଲେ। କେନ୍ଦ୍ରୀୟ ସ୍ତରରେ ମଧ୍ୟ ନବୀନଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ଥିଲା। କିନ୍ତୁ ଏବେର ସରକାରକୁ କେନ୍ଦ୍ରରେ କୌଣସି ଗୁରୁତ୍ୱ ମିଳୁ ନାହିଁ। ଲୋକେ ଏ ପ୍ରସଙ୍ଗରେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଲେ ଓଡିଶା ସିଟିଜେନସ ଫୋରମ ସଭାପତି ଚିନ୍ମୟ ଦାସ ।