ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ଛାତ୍ରଙ୍କ ତୁଳନାରେ ଆଗରେ ଛାତ୍ରୀ

1 min read

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । CHSE ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇଛି।

ଚଳିତବର୍ଷ ବିଜ୍ଞାନରେ ପାସ୍ ହାର 84.93 ପ୍ରତିଶତ ରହିଥିବା ବେଳେ 39ହଜାର 573 ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ବାଣିଜ୍ୟରେ ପାସ୍ ହାର 81.12 ପ୍ରତିଶତ ରହିଥିବା ବେଳେ ମୋଟ ୭ହଜାର ୪୧୦ ଛାତ୍ରଛାତ୍ରୀ ପାଷ୍ଟ ଡିଭିଜନରେ ପାସ୍ କରିଛନ୍ତି । ଉଭୟ ଷ୍ଟ୍ରିମରେ ମୋଟ 78ହଜାର 938 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଙ୍କ ତୁଳନାରେ ଭଲ ରେଜଲ୍ଟ କରିଛନ୍ତି ଛାତ୍ରୀ । ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର 83.81 ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର 85.67 ପ୍ରତିଶତ ରହିଛି ।

ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ସବୁଠୁ ଅଧିକ ମାର୍କ ରଖିଛନ୍ତି । ନୟାଗଡ଼ରେ ବିଜ୍ଞାନରେ 96.41 ପ୍ରତିଶତ ପିଲା ପାସ୍ କରିଥିବା ବେଳେ ବାଣିଜ୍ୟରେ 93.9 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ବିଜ୍ଞାନରେ ଗଜପତି ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ରହିଥିବା ବେଳେ ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ରହିଛି । 94 କଲେଜରେ ଶତପ୍ରତିଶତ ରେଜଲ୍ଟ ହୋଇଛି । କୌଣସି କଲେଜରେ 0ରେଜଲ୍ଟ ହୋଇ ନଥିବା ବିଭାଗୀୟ ସଚିବ ଅଶ୍ବଥି ଏସ୍ ।