୬ ମାସ ବଢିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଛି । ଫେବ୍ରୁଆରୀ ୨୮ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା । କିନ୍ତୁ କୋଭିଡ ପରିଚାଳନାରେ ତାଙ୍କର ଦକ୍ଷତା ରହିଥିବାରୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ଘଟିଥିବା ନେଇ କେନ୍ଦ୍ର ପର୍ସୋନେଲ, ପେନସନ ଅଭିଯୋଗ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ୧୯୮୬ବ୍ୟାଚର ଏହି ଆଇଏଏସ ଅଫିସର ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗର ଦାୟିତ୍ବ ଦକ୍ଷତାର ସହ ତୁଲାଇଛନ୍ତି ।

Leave a Reply