ଜୀବନବ୍ୟାପୀ ସେବା ସମ୍ମାନ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୀବନବ୍ୟାପୀ ସେବା ସମ୍ମାନ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ । ସେବାର ସାଧକଙ୍କୁ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଲାଗିଛି ପ୍ରବଳ ଭିଡ଼ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତି ରହିଛନ୍ତି ।

୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରୁଥିବା ମହାନାୟକଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ନବୀନ ନିବାସ ଯାଏଁ ସଜେଇ ହୋଇଛି । ନୃତ୍ୟ, ଗୀତ ଓ ପାରମ୍ପାରିକ ବାଦ୍ୟରେ କମ୍ପୁଛି ପରିବେଶ । ଗୋଟିପୁଅ ନାଚ, ଯୋଡିଶଙ୍ଖ, ଢେମସା, ସମ୍ବଲପୁରୀ, ଘୁମୁରା ନୃତ୍ୟ ପରିବେଷଣ ହେଉଛି । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ହଜାର ହଜାର ବିଜେଡି ନେତା ଓ କର୍ମୀ ଯୋଗଦେଇଛନ୍ତି । ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ୱିନ ସିଟି ପୋଲିସ ପକ୍ଷରୁ ସଭାସ୍ଥଳୀ ସମେତ ବିମାନବନ୍ଦର ପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।