Cabinet Decision: ଇ-ଯାନ ପଲିସି ସହ ୧୪ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

1 min read
Odisha Cabinet Nods 14 Proposal Including Electric Motor Policy

ଭୁବନେଶ୍ୱର: ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ । ଇ-ଯାନ ପଲିସି ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ୟାବିନେଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାସହ ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ ।

Odisha Cabinet Nods 14 Proposal Including Electric Motor Policy

ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ୨୦୨୫ ସୁଦ୍ଧା ଅନ୍ୟୁନ ୨୦ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକୃତ ହେବ । ସେହିପରି ଓଡ଼ିଶା ବାଲି ନୀତି-୨୦୨୧କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଓଡ଼ିଶା ଭେଟେନାରୀ ସର୍ଭିସ୍‌ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟେନାରୀ ସେବା ପଦବୀ ସଂଖ୍ୟା ୧୪୮୧ରୁ ୧୯୧୦କୁ ବୃଦ୍ଧି ହେବ। ସେହିପରି ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍‌ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି ।

ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ । ଜଜ୍‌ କୋର୍ଟ ଓ ଅଧସ୍ତନ କୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୟାଡର ରୁଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ କରିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ କରିବ ପଞ୍ଚାୟତ । ଏହାସହ ଷ୍ଟିଲ୍‌ ଓ ମାଇନ୍ସ ବିଭାଗର ୪ଟି ସର୍ଭିସ୍ ରୁଲ୍‌କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍‌ ଦେଇ ଅନ୍ୟାନ୍ୟ କାର୍ଯ୍ୟକାରୀ ଶିଳ୍ପକୁ ସାମିଲ କରାଯାଇଛି । ମୌସୁମୀ ଅଧିବେଶନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ସେପ୍ଟେମ୍ବର ୧ତାରିଖରୁ ବିଧାନସଭା ଆରମ୍ଭ ହେବ ।

Leave a Reply