ମଙ୍ଗଳବାର ବସିବ ରାଜ୍ୟ କ୍ୟାବିନେଟ

????????????????????????????????????
ଭୁବନେଶ୍ୱର: ମଙ୍ଗଳବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିପାରେ । ଲୋକସେବା ଭବନରେ ସକାଳ ୧୦ଟାରେ ଏହି ବୈଠକ ବସିବାକୁ ସମୟ ଧାର୍ଯ୍ୟ ହୋଇଛି । ବିଧାନସଭା ଚାଲିଥିବା ବେଳେ କ୍ଯାବିନେଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ମାରିବା ନେଇ ଅନୁମାନ କରାଯାଉଛି ।