spot_img

Latest Posts

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଅନ୍ତୋଦୟ ଗୃହ ଯୋଜନାରେ ଲୋକଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ବର: ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର । ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା ହେବ। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପ୍ରାକୃତିକ, ମନୁଷ୍ୟକୃତ କ୍ଷତି ଓ ବିସ୍ଥାପିତଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ଏଥିରେ ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ରହିଛି । ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର, ୬ ମାସରେ ସାରିଲେ ୧୦ ହଜାର ଟଙ୍କା ବୋନସ ମିଳିବ । ଏହି ଯୋଜନାରେ ୭ ହଜାର ୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥିପାଇଁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର ୦। ୧୨ ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ଷ୍ଟାଡିୟମରେ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଏହାସହ ରାଜ୍ୟରେ ଏକିକୃତ ପେନସନ ଯୋଜନାକୁ ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି। ଏନପିଏସରେ ଥିବା ଅଧିକାରୀ ମାନେ ଏହି ବ୍ୟବସ୍ଥାରେ ପେନସନ ପାଇବେ। ୩ ଲକ୍ଷ ୩୩ ହଜାର ଅଧିକାରୀମାନେ ସେମାନେ ସ୍ଥିର କରିବେ ଏନପିଏସ କି ୟୁପିଏସରେ ରହିବେ। ରାଜ୍ୟରେ ଡ୍ୟାମର ମରାମତି ଓ ଉନ୍ନତିକରଣ ପାଇଁ ହଜାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ। ଆସନ୍ତା ୬ ବର୍ଷରେ ଏହି କାମକୁ ସଂପୂର୍ଣ୍ଣ କରାଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ତଥା ସିଭିଲ କୋର୍ଡର ଜୁଡିସିଆଲ ଷ୍ଟାଫ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ନିୟମ ୨୦୦୮କୁ ସଂଶୋଧନ କରିବାକୁ ପଦକ୍ଷେପ ନିଆଯାଉଛି। ଚାନ୍ଦବାଲି ଭାରିପଡ଼ାରେ ଖରସ୍ରୋତାର ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ଏକ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ କେନ୍ଦ୍ରାପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ୯ ନମ୍ବର କ ଜାତୀୟ ରାଜପଥ ଟ୍ରାଫିକ ସମସ୍ୟାକୁ ସହଜ କରିବ। କେନ୍ଦ୍ରାପଡ଼ା ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାର ପୂଜାରିପଲ୍ଲୀ ଘଟାରେ ସେତୁ ନିର୍ମାଣ କରି ବରଗଡ଼ ଜିଲ୍ଲାର ଜରିମୂଲିକୁ ସଂଯୋଗ ପାଇଁ ନିଷ୍ପତ୍ତି ହୋଇଛି।

Latest Posts

Don't Miss