ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ଗାଁ ଗାଁରେ ପହଞ୍ଚିବ ପାନୀୟ ଜଳ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କ୍ୟାବିନେଟ୍‌ରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ୱ ।

ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ୪ଟି ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି । ଯାଜପୁର ଜିଲ୍ଲାର ୫ଟି ବ୍ଲକ ଅଧିନରେ ଥିବା ୩୨୩ଟି ଗାଁରେ ୩ ଲକ୍ଷ ୯୦ ହଜାର ୮୬୮ ଜଣ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଦାନଗଦି ବ୍ଲକର ୧୦୪ଟି ଗାଁ, ରସୁଲପୁର ବ୍ଲକର ୧୬୦ଟି ଗାଁ, ଧର୍ମଶାଳା ବ୍ଲକର ୮ଟି ଗାଁର, ବରି ବ୍ଲକର ଗୋଟିଏ ଗାଁ, ଯାଜପୁର ବ୍ଲକର ୫୦ଟି ଗାଁକୁ ନିରାପଦ ପାନୀୟ ଜଳ ଯୋଗାଇଦିଆଯିବ । ଏଥିପାଇଁ ୨୫୪ କୋଟି ୨୭ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ସେହିଭଳି କନ୍ଧମାଳରେ ୨ଟି ବ୍ଲକରେ ୩୨୯ଟି ଗାଁ ବିଶୁଦ୍ଧ ପାନୀୟ ଜଳ ପାଇବେ । ଟିକାବାଲି ବ୍ଲକର ୧୨୯ଟି ଗାଁ, ଏବଂ ବାଲିଗୁଡା ବ୍ଲକର ୨୦୦ଟି ଗାଁର ଲୋକେ ନିରାପଦ ପାନୀୟ ଜଳ ପାଇବେ ।

ଏଥିପାଇଁ ଯାଜପୁର ବ୍ଲକ ଚେୟାରମ୍ୟାନ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply