ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ବଢ଼ିଲା କାଳିଆ ଛାତ୍ରବୃତ୍ତି ଅବଧି

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଜିର କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଛି । ୩ ବର୍ଷ ବଢ଼ିଲା କାଳିଆ ଛାତ୍ରବୃତ୍ତି ଅବଧି । ଫଳରେ ୨୦୨୭ ଯାଏ ବଢ଼ିଲା କାଳିଆ ଛାତ୍ରବୃତ୍ତି । ଯେକୌଣସି ସମୟରେ ମିଳିବ ଏଣିକି କାଳିଆ ସହାୟତା । ୨ ହଜାର ଟଙ୍କାର ଅତିରିକ୍ତ କାଳିଆ ସହାୟତା । ଭୂମିହୀନ କୃଷକ ପରିବାରକୁ ଅତିରିକ୍ତ ସହାୟତା। ଏବେ ମିଳିବ ୧୪ ହଜାର ୫୦୦ ଟଙ୍କା ।୨୦୨୪-୨୫ରୁ ୨୦୨୬-୨୭ ଛାତ୍ରବୃତ୍ତି ଅବଧିର ହୋଇଛି ସଂପ୍ରସାରଣ । ଏବାବଦରେ ଖର୍ଚ୍ଚ ହେବ ମୋଟ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା । ୨୦୧୮-୧୯ରୁ କଳିଆ ସହାୟତା ଯୋଜନା ଆରମ୍ଭ ହୋଇଥିଲା । ରାଜ୍ୟରେ ଥିବା ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।

ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରାଧାନ୍ୟ । ଜାତୀୟ ଦକ୍ଷତା ତାଲିମ ପାଇଁ ୭ଏକରରୁ ଅଧିକ ଜମି । ଜଟଣୀ ମଦନପୁରରେ ଦିଆଯିବ ଜମି । ପଞ୍ଚାୟତ ଅଧିକାରୀ ପାଇବେ ପଦୋନ୍ନତି । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି । ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ଅଧିକାରୀ। ନୂଆ-ଓ କାର୍ଯ୍ଯକ୍ରମକୁ କରାଯିବ ବ୍ଯାପକ। ବ୍ଯୟବରାଦ ରହିଛି ୩୧୫ କୋଟି ଟଙ୍କା।

ଓଡିଶାରେ ହେବ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନ । ଏଥିପାଇଁ ଜଟଣୀ ତହସିଲର ପଦନପୁର ମୌଜାରେ ବିନା ପ୍ରିମିୟମରେ ୭ ଏକର ୮୧୮ ଡିସିମିଲ ଜମି ପ୍ରଦାନ କରାଯିବ । ରାଜସ୍ବ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି । ଏଥିସହିତ ନୂତନ ସହାୟତାପ୍ରାପ୍ତ ଅଣସରକାରୀ ଉଚ୍ଚବିଦ୍ୟଳୟ ଏବଂ ସଂସ୍କୃତ ଟୋଲର ଯୋଗ୍ୟ କର୍ମଚାରୀଙ୍କୁ ଏଣିକି ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ମିଳିବ ଦରମା । ଏହାଦ୍ବାରା ୬୨୭ ହାଇସ୍କୁଲ ଓ ୩୯ ସଂସ୍କୃତ ଟୋଲର ୭୭୯୬ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବ । ଏବାବଦରେ ଖର୍ଚ୍ଚ ୧୪୪ କୋଟି ଟଙ୍କା।

ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ନୀତି ଆଧାରରେ ଓଡିଶା ସେମି କଣ୍ଡକ୍ଟର ନୀତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି । ସେମି କଣ୍ଡକ୍ଟର ଉତ୍ପାଦନରେ ଦେଶ ଓ ରାଜ୍ୟକୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଓଡିଶା ସେମି କଣ୍ଡକ୍ଟର ନୀତି-୨୦୨୩ରେ ଆଣିଛନ୍ତି ଆବଶ୍ୟକ ସଂଶୋଧନ । ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପ ପାଇଁ ଋଣ ଉପରେ ଏଣିକି ସୁଧାଛାଡ ବ୍ୟବସ୍ଥା ଲାଗୁ ହେବ । ସାତ ବର୍ଷ ପାଇଁ ବାର୍ଷିକ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧାଛାଡ ସୁବିଧା ମିଳିବ । ଏହାସହ ୧୦ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଗବେଷଣା ଓ ବିକାଶ ଖର୍ଚ୍ଚ ଦିଆଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ମିଳିଛି । ସେହିଭଳି ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଚାକିରି କରିବା ଦିନଠୁ ଅବସର ପର୍ଯ୍ୟନ୍ତ ପଦୋନ୍ନତି ବା ସେମାନଙ୍କ ଦରମା ହାର ଅପରିବର୍ତ୍ତିତ ଥିଲା । ଏଣିକି ନିୟମିତ ୮ ବର୍ଷ ଚାକିରି ସମ୍ପୁର୍ଣ୍ଣ କଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲେବୁଲ-ଟୁକୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ । ଲେବୁଲ-ଟୁରେ ୫ ପର୍ଯ୍ୟନ୍ତ କାର୍ଯ୍ୟ କଲେ ଲେବୁଲ-ୱାନକୁ ପଦୋନ୍ନତି ପାଇପାରିବେ । ସରକାରଙ୍କ ପ୍ରତ୍ୟେକ ଯୋଜନା ପଂଚୟତ ସ୍ତରରୁ ଆରମ୍ଭ ହେଉଥିବାରୁ ପଂଚାୟତ କାର୍ଯ୍ୟନିର୍ବାହୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ତିନି ବା ସ୍ନାକୋତ୍ତରକୁ ଉନ୍ନିତ କରାଯାଇଛି ।