ଖାଦ୍ୟ ସଂଗ୍ରହ ନୀତି ୨୦୨୨-୨୩କୁ କ୍ୟାବିନେଟରେ ମଞ୍ଜୁରୀ

1 min read

ଭୁବନେଶ୍ୱର: ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହ ନୀତି ୨୦୨୨-୨୩କୁ ରାଜ୍ୟ କ୍ୟାବିନେଟ୍ରେ ମଞ୍ଜୁରୀ । ୨୦୨୨-୨୩ ବର୍ଷ ପାଇଁ ୪୮ ଲକ୍ଷ ମେଟ୍ରିକ ଟନ୍ର ଚାଉଳ ସଂଗ୍ରହ କରାଯିବ । ଧାନ ହିସାବରେ ଏହା ୭୧ ଲକ୍ଷ ମେଟ୍ରିକ ଟନ୍ ହେବ । ଖରିଫରେ ୫୭ ଲକ୍ଷ ଏବଂ ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ କରାଯିବ । ଏହାଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ଆବଶ୍ୟକ ହେଲେ ବିଭାଗୀୟ ମନ୍ତ୍ରୀ ଏହାର ଲକ୍ଷ୍ୟ ଧାର୍ଯ୍ୟ କରିପାରିବେ ।

ନଭେମ୍ବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ରବି ଧାନ ମେ’ରୁ ଜୁନ୍ ମଧ୍ୟରେ ସଂଗ୍ରହ କରାଯିବ । କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର କାର୍ଡ ଏକ ମାତ୍ର ପରିଚୟ ପତ୍ର ରହିବ । ସାଟେଲାଇଟ ଇମେଜ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ଚାଷ ଜମିଗୁଡିକର ଶତପ୍ରତିଶତ କ୍ଷେତ୍ର ଯାଞ୍ଚ କରାଯିବ । ଧାନ ବିକ୍ରି ପାଇଁ ଆଗୁଆ ଏସଏମଏସ ମାଧ୍ୟରେ ସୂଚନା ଦିଆଯିବ । ପ୍ରାଥମିକ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ ।