କ୍ୟାବିନେଟର ଐତିହାସିକ ନିଷ୍ପତ୍ତି, ଓଡ଼ିଆରେ ଦେଇହେବ OCS ପରୀକ୍ଷା

1 min read

ଭୁବନେଶ୍ୱର: ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ ।  ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ । UPSC ଭଳି OCSରେ ରହିବ ଗୋଟିଏ ଅପସିନାଲ । ପରୀକ୍ଷାର୍ଥୀ ଓଡ଼ିଆରେ ଦେଇପାରିବେ ପରୀକ୍ଷା  । ପ୍ରବନ୍ଧ ମଧ୍ୟ ଓଡ଼ିଆରେ ଲେଖିବେ ଇଛୁକ ପରୀକ୍ଷାର୍ଥୀ  ।

ସେହିପରି ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର । କ୍ୟାବିନେଟ ଦେଇଛି ଏହି ଅନୁମତି ।  ଅଣ ସଂରକ୍ଷିତ-୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ – ଲିକ୍ଷିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ  ।  ରାଜ୍ୟ କ୍ୟାବିନେଟ ନେଇଛି ଏହି ବଡ଼ ନିଷ୍ପତ୍ତି  ।

ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେ,ଖିବା ବାଧ୍ୟତାମୂଳକ ରହିଥିଲା  । ରାଜ୍ୟ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି  । ଛାତ୍ରଛାତ୍ରୀ ଓଡିଆରେ ପରୀକ୍ଷା ଦେଇପାରିବେ  । ଚଳିତ ବର୍ଷ ଖରିପ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି  । ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୨୦୪୦ ଏବଂ ସର୍ବାଧିକ ୨୦୮୦ ଟଙ୍କା ରଖାଯାଇଛି  ।

ସେହିପରି ରାଜ୍ୟରେ ଖଣି ନିର୍ଦ୍ଦେଶାଳୟ ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ହେବ ମିଶ୍ରଣ । ଏହାକୁ ମିଶ୍ରଣ କରି ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ । ଏଥିରେ ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ପଦବୀ ସହ ଦୁଇଗୋଟି ନୂତନ ଅତିରିକ୍ତ ପଦବୀ ସୃଷ୍ଟି କରାଯିବ । ମାନବ ସମ୍ବଳକୁ ସୁଦୃଢ କରି ଖଣିଜ ପ୍ରଶାସନ ଓ ଅନ୍ବେଷଣକୁ ଅଧିକ କ୍ରିୟାଶୀଳ କରାଯିବ । ଏହା ରାଜସ୍ବ ବୃଦ୍ଧିରେ ସହାୟକ ହେବ ।