୧୬ ବିଭାଗର ୩୩ ପ୍ରସ୍ତାବକୁ କ୍ୟାବିନେଟ ମୋହର

1 min read

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ  ।  ବୈଠକରେ ୧୬ଟି ବିଭାଗର ୩୩ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଏହି ତାଲିକାରେ ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।

ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।

ଏଥିସହ ୮୭୫କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ମହାମାରୀ ପାଇଁ ମନ୍ତ୍ରିସ୍ତରୀୟ କମିଟିର ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୁନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ସ୍ବେଚ୍ଛାକୃତ ଅବସର ପରେ IRTS ଅଫିସର ମନୋଜ ମିଶ୍ରଙ୍କୁ ମିଳିବ ଚୁକ୍ତିଭିତିକ ନିଯୁକ୍ତି । ସେହି ପଦବୀରେ ରାଜ୍ୟ ସରକାର ଦେବେ ନିଯୁକ୍ତି ।

ସେହିପରି ୯ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ  । ୩୬ ମାସ ଭିତରେ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପ  । ସେହିପରି ୧୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟ କେନ୍ଦୁଝର ଜିଲ୍ଲାରେ ହେବ  । ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ  । ୟେଉଁ କମ୍ପାନୀ ଏହି ଟେଣ୍ଡର ନେବ ତାହାକୁ ୧୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ନେବେ ବୋଲି କୁହାଯାଇଛି  । ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ପ୍ରସ୍ତାବକୁ ମୋହର ମରାଯାଇଛି  । ସୁବର୍ଣ୍ଣପୁର -ବିନିକା ରାସ୍ତାକୁ ଉନ୍ନତିକରଣ କରିବା କାର୍ଯ୍ୟକୁ ଅନୁମୋଦନ ଦିଆଯାଇଛି  ।

ଭୁବନେଶ୍ୱରରେ ବିଧାୟକଙ୍କ ନିମନ୍ତେ ଗୃହ ନିର୍ମାଣ ପାଇଁ ମଧ୍ୟ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ଅନୁମୋଦନ ମାରିଛନ୍ତି ରାଜ୍ୟ ସରକାର  । ରାଜ୍ୟର ସ୍ପର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି  । ଯଦ୍ୱାରା ଖେଳ ପ୍ରତି ପିଲାମାନଙ୍କ ଇଛଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଇଛି  ।

ସେହିପରି ବିଭିନ୍ନ ବିଭାଗର ସରକାରୀ ଚାକିରି ସର୍ତ୍ତାବଳୀ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମଦୋନ କରିଛି  । OPSC ସଦସ୍ୟ ନିଯୁକ୍ତି, ପର୍ଯ୍ୟଟନ ବିଭାଗର ନୂଆ କ୍ୟାଡର ଗଠନ, ସମବାୟ ବିଭାଗରେ କ୍ୟାଡର  ପୁନର୍ଗଠନ କ୍ୟାବିନେଟ ମଞ୍ଜୁରୀ ଦେଇଛି  । ଏହାଛଡ଼ା ଜିଲ୍ଲା ସ୍ତରରେ ପୋଲିସ ସେବା ନିଯୁକ୍ତି, ଓଡ଼ିଶା ସିଭିଲ ସଭିର୍ସ ନିଯୁକ୍ତି ନିୟମାବଳୀ , ଓଡ଼ିଶା ବିଚାର ବିଭାଗୀୟ ସେବା ନିଯୁକ୍ତି ସହ ଜିଲ୍ଲା ଏବଂ ସବ୍ ଓର୍ଡିନେଟ୍  କୋର୍ଟରେ ନିଯୁକ୍ତି ସର୍ତ୍ତବଳୀରେ ସଂଶୋଧନ କରାଯିବ  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ର୍ଜାୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି  ।