ଆରମ୍ଭ ହେଲା ଭୋଟ ଗଣତି: ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ

1 min read

ବାଲେଶ୍ୱର, ତିର୍ତ୍ତୋଲ: ଆରମ୍ଭ ହୋଇଛି ଭୋଟ ଗଣତି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରଥମ ରାଉଣ୍ଡ ଭୋଟ ଗଣତି ସରିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 3852, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ 442, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା 2774 ଭୋଟ ପାଇଛନ୍ତି ।

ତେବେ ବାଲେଶ୍ୱର ସଦର ଆସନ ଗଣତି ନେଇ ମିଳିଥିବା ସୂଚନା ମୁତାବକ ପୋଷ୍ଟାଲ ବାଲାଟ ଗଣତି ସରିଛି ।  ମୋଟି 7184 ପୋଷ୍ଟାଲ ବାଲାଟ ଗଣତି ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ 3427, ବିଜେପି ପ୍ରାର୍ଥୀ ମାନସ ଦାସ 2812, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପାଇଛି 900 ରୁ 1000 ଭୋଟ ପାଇଥିବା ସୂଚନା ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

Leave a Reply