ବଜେଟରେ କୃଷିକୁ ଫୋକସ୍, କୃଷକଙ୍କ ଆୟ ଅଭିବୃଦ୍ଧି ପାଇଁ ‘ସମୃଦ୍ଧି କୃଷିନୀତି-୨୦୨୦’

1 min read

ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୪୦୮ କୋଟି ଟଙ୍କାର କୃଷି ବଜେଟ୍‌ ଉପସ୍ଥାପନ କରାଯାଇଛି । ‘ସମୃଦ୍ଧ କୃଷି ନୀତି ୨୦୨୦’ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କାଳିଆ ଯୋଜନା ପାଇଁ ଖର୍ଚ୍ଚ ହେବ ୩ ହଜାର ୧୯୫ କୋଟି ଟଙ୍କା ।କାଳିଆ ଯୋଜନାରେ ଏବେ ସୁଦ୍ଧା ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯାଇଛି । ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ୫ ହଜାର ୧୧୫ କୋଟି ଟଙ୍କା । ଚାଷୀଙ୍କୁ ଆଗୁଆ ବିହନ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି ଗବେଷଣା ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦ କୋଟି ବରାଦ ହୋଇଛି ।

ଗତବର୍ଷ ତୁଳନାରେ ୫ ଗୁଣା ଅଧିକ ଅର୍ଥ ବରାଦ କରାଯିବା ସହିତ ଚାଷୀ ଓ ଚାଷର ଉନ୍ନତି ପାଇଁ ନୂଆ ଯୋଜନା କରାଯାଇଛି । ଚାଷୀଙ୍କ ଆୟ ଓ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଅତିରିକ୍ତ ୧ ଲକ୍ଷ ୮୪ ହଜାର ହେକ୍ଟର ଜମି ଜଳସେଚିତ ହେବ ।

Leave a Reply