ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ AANS ପୁରସ୍କାର ପାଇଲେ ଓଡ଼ିଆ ନ୍ୟୁରୋସର୍ଜନ

1 min read
Odisha Born Neurosurgeon Basant Mishra First Indian To Get Prestigious AANS Award

ଭୁବନେଶ୍ୱର: ଓଡ଼ିଆ ନ୍ୟୁରୋସର୍ଜନଙ୍କୁ ଅନ୍ତର୍ଜାତୀୟ ସମ୍ମାନ । ଆମେରିକାନ ଆସୋସିଏସନ୍ ଅଫ୍ ନ୍ୟୁରୋଲଜିକାଲ ସର୍ଜନ୍ସ (AANS) ଓଡ଼ିଶା ଜନ୍ମିତ ନ୍ୟୁରୋସର୍ଜନ ବସନ୍ତ କୁମାର ମିଶ୍ରଙ୍କୁ ମିଳିଛି । ପ୍ରଥମ ଭାରତୀୟ ଭାବେ ସେ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି ।

ଭୁବନେଶ୍ୱରରେ ଜନ୍ମିତ ବସନ୍ତ ମିଶ୍ରଙ୍କ ବାପା ଜଣାଶୁଣା ଅର୍ଥନୀତି ବିଶେଷଜ୍ଞ ବୈଦ୍ୟନାଥ ମିଶ୍ର । ବୈଦ୍ୟନାଥ ମିଶ୍ର ମୁମ୍ବାଇ ପିଡି ହିନ୍ଦୁଜା ହସ୍ପିଟାଲ ଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ଅଛନ୍ତି । ଭାରତରେ ଉଚ୍ଚମାନର ଚିକିତ୍ସା ପାଇଁ ବସନ୍ତଙ୍କୁ ଏହି ପୁରସ୍କାର ମିଳିଛି ।

ଦେଶରେ ମାତ୍ର ପାଖାପାଖି ୨ ହଜାର ନ୍ୟୁରୋସର୍ଜନ ରହିଛନ୍ତି । ଯାହା ବହୁତ କମ୍ । ଏଭଳି ସ୍ଥିତିରେ ଆମେ ଭଲ ଚିକିତ୍ସା ସେବା ଯୋଗାଇଛୁ । ଆମେ ପାଖରେ ଭଲ ଭିତ୍ତିଭୂମି, କୌଶଳ ଓ ଟେକ୍ନୋଲୋଜି ରହିଛି ବୋଲି କହିଛନ୍ତି ଶ୍ରୀ ମିଶ୍ର । ତାଙ୍କୁ ୨୦୧୮ରେ ସମ୍ମାନଜନକ ଡକ୍ଟର ବିସି ରୟ ଜାତୀୟ ପୁରସ୍କାର ମିଳିଥିଲା । ସେ ବିଶ୍ୱର ପ୍ରଥମ ସର୍ଜନ ଭାବେ କମ୍ପ୍ୟୁଟର ଗାଇଡେଡ୍ ଆନେୟୁରିସିମ୍ ସର୍ଜରୀ କରିଥିଲେ ।

୧୯୭୫ରେ ଭୀମସାର, ବୁର୍ଲାରେ ଶ୍ରୀ ମିଶ୍ର ଏମବିବିଏସ୍ ପାଠପଢ଼ା ସାରିଥିଲେ । ଏମବିବିଏସ୍ ପଢ଼ିବା ବେଳେ ତାଙ୍କୁ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିଲା । ପରେ ୧୯୮୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ସର୍ଜରୀରେ ଡିଗ୍ରୀ ପାଇଥିଲେ । ୧୯୮୩ରେ ଏମ୍ସ ନୂଆଦିଲ୍ଲୀରୁ MCh ନ୍ୟୁରୋସର୍ଜରୀ କରିଥିଲେ ।

Leave a Reply