ସମୀରଙ୍କ ସହଯୋଗୀ ଘୋଷିତ: ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୧୦ ଉପ ସଭାପତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷିତ । ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ସରିଯାଇଥିବା ବେଳେ ଗୁରୁବାର ଅନ୍ୟ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ସଭାପତି ଦାୟିତ୍ୱ ଗ୍ରହଣ କରିବାର ୫ ମାସ ପରେ ସମୀର ମହାନ୍ତି ନୂଆ ଟିମ୍‌ ଘୋଷଣା କରିଛନ୍ତି। ବିଜେପି ପକ୍ଷରୁ ସମୀରଙ୍କ ସମେତ ମୋଟ ୨୬ ଜଣିଆ ତାଲିକା ପ୍ରକାଶ କରାଯାଇଛି ।

ଉପସଭାପତି

ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶ ଓରାମ, ଭ୍ରୁଗୁ ବକ୍ସିପାତ୍ର, ବଳଭଦ୍ର ମାଝୀ, ଭାସ୍କର ମାଧେଇ, ନାଉରୀ ନାୟକ, ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶନୀ ପଟ୍ଟନାୟକଙ୍କୁ ଉପସଭାପତି ଦାୟିତ୍ୱ ମିଳିଛି ।

ସାଧାରଣ ସମ୍ପାଦକ

ପୂର୍ବତନ ବିଧାୟକ ରବି ନାୟକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ମାନସ କୁମାର ମହାନ୍ତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି ।

ସମ୍ପାଦକ

୯ ଜଣ ବିଜେପି ନେତାଙ୍କୁ ସମ୍ପାଦକଭାବେ ମନୋନୀତ କରାଯାଇଛି । ସେମାନେ ହେଲେ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ ଓ ଶର୍ମିଷ୍ଠା ମେହର । ସୁଦର୍ଶନ ଗୋଏଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ।

Leave a Reply